୧୦ ହଜାର ମହିଳାଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପଠାଇଲେ ସମାଜସେବୀ
କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – ଜୀବେ ଦୟା ହିଁ ଈଶ୍ୱର ସେବା- ଏହି ମୂଳମନ୍ତ୍ରକୁ ଜୀବନର ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ସମାଜସେବୀ ଶିବ ପ୍ରସାଦ ପରିଡ଼ା ଏକ ଅନନ୍ୟ ତଥା ଐତିହାସିକ ଉଦାହରଣ ସୃଷ୍ଟି କରିଛନ୍ତି। ଶ୍ରୀ ପରିଡ଼ା ନିଜସ୍ୱ ଅର୍ଥ ବ୍ୟୟ କରି ଜିଲ୍ଲାର ପ୍ରାୟ ୧୦ ହଜାର ଗର
୧୦ ହଜାର ମହିଳାଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପଠାଇଲେ ସମାଜସେବୀ


କେନ୍ଦ୍ରାପଡ଼ା, ୨୧ ଅକ୍ଟୋବର(ହି.ସ.) – ଜୀବେ ଦୟା ହିଁ ଈଶ୍ୱର ସେବା- ଏହି ମୂଳମନ୍ତ୍ରକୁ ଜୀବନର ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ସମାଜସେବୀ ଶିବ ପ୍ରସାଦ ପରିଡ଼ା ଏକ ଅନନ୍ୟ ତଥା ଐତିହାସିକ ଉଦାହରଣ ସୃଷ୍ଟି କରିଛନ୍ତି। ଶ୍ରୀ ପରିଡ଼ା ନିଜସ୍ୱ ଅର୍ଥ ବ୍ୟୟ କରି ଜିଲ୍ଲାର ପ୍ରାୟ ୧୦ ହଜାର ଗରିବ, ଅସହାୟ ତଥା ବୃଦ୍ଧା ମାଆମାନଙ୍କୁ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଧାମ ଦର୍ଶନ କରାଇ ଏକ ମହତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହି ବିଶାଳ ଆୟୋଜନ ଦୀର୍ଘ ୧୮ ଦିନ ଧରି ଚାଲିଥିଲା। ଏଥିପାଇଁ କେନ୍ଦ୍ରାପଡ଼ାର ପ୍ରତ୍ୟେକ ବ୍ଲକ୍ ଏବଂ ପଂଚାୟତରୁ ପର୍ଯ୍ୟାୟକ୍ରମେ ମହିଳାମାନଙ୍କୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ବସ ଯୋଗେ ସସମ୍ମାନେ ପୁରୀ ନିଆଯାଇଥିଲା। ଯାତ୍ରା ସମୟରେ ମହିଳାମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା। ପ୍ରତି ବସରେ ସ୍ୱେଚ୍ଛାସେବୀ ମୁତୟନ ହୋଇ ଯାତ୍ରୀମାନଙ୍କ ଯତ୍ନ ନେଉଥିଲେ। ପୁରୀରେ ବିଶ୍ରାମ, ପାନୀୟ ଜଳ, ଜଳଖିଆ, ମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ହାତ ଧରି ବଡ଼ଦାଣ୍ଡରେ ଚଲାଇବା ଏବଂ ଆନନ୍ଦବଜାରରେ ମହାପ୍ରସାଦ ସେବନ କରାଇବାରେ କୌଣସି ତ୍ରୁଟି ରଖାଯାଇ ନ ଥିଲା। ଏପରିକି ଅନେକଙ୍କୁ ସମୁଦ୍ରକୂଳ ବୁଲାଇ ଆନନ୍ଦ ପ୍ରଦାନ କରାଯାଇଥିଲା। ନିଜ ହୃଦୟରୁ ସେମାନେ ତାଙ୍କ ପାଇଁ ଅଜସ୍ର ଆଶୀର୍ବାଦ ଓ ଦୀର୍ଘାୟୁ କାମନା କରିଛନ୍ତି। କୌଣସି ରାଜନୈତିକ ବା ବ୍ୟକ୍ତିଗତ ସ୍ୱାର୍ଥ ନରଖି ଏଭଳି ସେବା କରିବା ସମାଜ ପାଇଁ ଏକ ଦୃଷ୍ଟାନ୍ତ। ଜିଲ୍ଲାର ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ ଏହାକୁ ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ ଏହି ପଦକ୍ଷେପ ସମଗ୍ର ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଏକ ମହାନ ପ୍ରେରଣା। ଶିବ ପରିଡ଼ା ପ୍ରମାଣ କରିଛନ୍ତି ଯେ ଅସହାୟଙ୍କ ସେବା ହିଁ ପ୍ରକୃତ ଧର୍ମ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande