ଭୁବନେଶ୍ୱର ଟାଟା ଆରିଆନାରେ ଭବ୍ୟ ଦୁର୍ଗାପୂଜା ମହୋତ୍ସବ
ଭୁବନେଶ୍ୱର , 21 ଅକ୍ଟୋବର (ହି.ସ.)କଳିଙ୍ଗନଗରସ୍ଥିତ ଟାଟା ଆରିଆନାରେ ଅକ୍ଟୋବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ‘ଆରିଆନା ଦୁର୍ଗାପୂଜା ମହୋତ୍ସବ ୨୦୨୬’ ଭକ୍ତି, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଥିଲା। ଏହି ମହୋତ୍ସବ ଆରିଆନାର ବାସିନ୍ଦାମାନଙ୍କୁ ଏକତ୍ରିତ କରିବା ସହ ମା’ ଦୁର୍ଗାଙ
ଭୁବନେଶ୍ୱର ଟାଟା ଆରିଆନାରେ ଭବ୍ୟ ଦୁର୍ଗାପୂଜା ମହୋତ୍ସବ


ଭୁବନେଶ୍ୱର , 21 ଅକ୍ଟୋବର (ହି.ସ.)କଳିଙ୍ଗନଗରସ୍ଥିତ ଟାଟା ଆରିଆନାରେ ଅକ୍ଟୋବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ‘ଆରିଆନା ଦୁର୍ଗାପୂଜା ମହୋତ୍ସବ ୨୦୨୬’ ଭକ୍ତି, ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଥିଲା। ଏହି ମହୋତ୍ସବ ଆରିଆନାର ବାସିନ୍ଦାମାନଙ୍କୁ ଏକତ୍ରିତ କରିବା ସହ ମା’ ଦୁର୍ଗାଙ୍କ ଆରାଧନା ଓ ପାରମ୍ପରିକ ରୀତିନୀତି ମାଧ୍ୟମରେ ଆଧ୍ୟାତ୍ମିକତା ଓ ସାମୂହିକ ଏକତାର ନିଆରା ପରିଚୟ ଦେଇଥିଲା।

ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ନୃତ୍ୟାଙ୍ଗନା ସଂସ୍ଥା ପକ୍ଷରୁ ଆଦିବାସୀ ନୃତ୍ୟ, ବିହୁ ନୃତ୍ୟ,ରାମେଶ୍ୱର ଶଙ୍ଖଧ୍ୱନି ଏବଂ ନୃତ୍ୟକଳା ବିକାଶ କେନ୍ଦ୍ରର ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏଥିସହ ଆରିଆନାର ମହିଳା ଓ ଶିଶୁମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଉତ୍ସବର ଆନନ୍ଦ ଓ ଉତ୍ସାହକୁ ଆହୁରି ବଢ଼ାଇଥିଲା। ସମସ୍ତ ପ୍ରଦର୍ଶନ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା।

ସୁନ୍ଦର ଭାବେ ସଜ୍ଜିତ ପୂଜାମଣ୍ଡପ, ମା’ ଦୁର୍ଗାଙ୍କ ଆକର୍ଷଣୀୟ ପ୍ରତିମା ଓ ଉତ୍ସବମୁଖର ପରିବେଶ ସମଗ୍ର ଆୟୋଜନକୁ ସ୍ମରଣୀୟ କରିଥିଲା। ଏହି ଅବସରରେ ବାସିନ୍ଦାମାନେ ପରସ୍ପର ସହ ଆନନ୍ଦ ବାଣ୍ଟିବା ସହ ସଦ୍ଭାବ, ସହଯୋଗ ଓ ଭାଇଚାରାର ବନ୍ଧନକୁ ଆହୁରି ସୁଦୃଢ଼ କରିଥିଲେ।

ଆୟୋଜକମାନେ ଏହି ମହୋତ୍ସବକୁ ସଫଳ ଓ ଆକର୍ଷଣୀୟ କରିବାରେ ସହଯୋଗ କରିଥିବା ସମସ୍ତ ବାସିନ୍ଦା, ଅର୍ଥଦାତା, ସ୍ୱେଚ୍ଛାସେବୀ ଓ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

ଆରିଆନା ଦୁର୍ଗାପୂଜା ମହୋତ୍ସବ ୨୦୨୬ ପୁଣିଥରେ ପ୍ରମାଣ କରିଛି ଯେ ଦୁର୍ଗାପୂଜା କେବଳ ମା’ଙ୍କ ଆରାଧନାର ପର୍ବ ନୁହେଁ; ଏହା ଏକତା, ସଦ୍ଭାବ, ସଂସ୍କୃତି ଓ ସାମୂହିକ ଆନନ୍ଦର ଏକ ମହାନ ଉତ୍ସବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande