
ଝାରସୁଗୁଡ଼ା, ୨୧ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଜୁନା କେଲେଣ୍ଡା ଗ୍ରାମରେ ଦୀର୍ଘ ୨୦ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ରବି କିସାନ (୪୫) ଓ ତାଙ୍କ ଘର ଏହି ଜୁନା କେଲେଣ୍ଡା ଗ୍ରାମରେ ଅଟେ । ରବି ଚଳିତ ମାସ ୧ ତାରିଖ ତାରିଖରୁ ନିଖୋଜ ଥିଲେ । ସେ ଘରୁ ଗଲା ବେଳେ ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିଲେ । ତେବେ କେଲେଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ଗଛରେ ଜଣେ ଯୁବକଙ୍କ ପଚା ସଢା ଶବ ଝୁଲୁଥିବା ନେଇ କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଜଣେ ଯୁବକ ଲୁଙ୍ଗି ସାହାଯ୍ୟ ରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଥିଲା । ରବିଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳ କୁ ପହଂଚି ଗଛରେ ଲାଗିଥିବା ଲୁଙ୍ଗି ଓ ଗଞ୍ଜି ରବି ଙ୍କ ବୋଲି ଚିହ୍ନଟ କରିଥିଲେ । ମାତ୍ର ଶବଟି ସମ୍ପୂର୍ଣ ପଚିଶଢ଼ି ଯାଇଥିବାରୁ ଶବକୁ ଚିହ୍ନି ହେଉନଥିବା ସୂଚନା ମିଳିଛି । କୋଲାବିରା ପୋଲିସ ସୂଚନା ପାଇଁ ସନ୍ଧ୍ୟାରେ ଘଟଣାସ୍ଥଳକୁ ପହଂଚିିଥିବା ସୂଚନା ମିଳିଛି ।ଟ୍ଟ ମୃତ ରବି ଙ୍କ ଘରେ ସ୍ତ୍ରୀ ଙ୍କ ସହ ୨ ପୁଅ ଓ ଜଣେ ଝିଅ ଅଛନ୍ତି । କୋଲାବିରା ପୋଲିସ ଘଟଣା ସ୍ଥଳକୁ ପହଂଚିି ତଦନ୍ତ କରୁଥିବା ବେଳେ ଗୁରୁବାର ଶବର ପୋଷ୍ଟମର୍ଟମ କରାଯିବ ବୋଲି ଭାରପ୍ରାପ୍ତ ଥାନାଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି ।
-------------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ