ଭାରତୀୟ ଜନସଂଘର ୭୫ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) - ଭାରତୀୟ ଜନସଂଘର ୭୫ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ଭାରତୀୟ ଜନସଂଘର ୭୫ତମ ପ୍
ଭାରତୀୟ ଜନସଂଘର ୭୫ତମ     ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.) - ଭାରତୀୟ

ଜନସଂଘର ୭୫ତମ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ସେ

କହିଛନ୍ତି ଯେ, ଭାରତୀୟ ଜନସଂଘର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା।

ରାଷ୍ଟ୍ରହିତକୁ ସର୍ବୋପରି

ରଖି ଭାରତୀୟ ଜନସଂଘ ରାଷ୍ଟ୍ରବାଦ ଓ ଜନସେବାର ମୂଲ୍ୟବୋଧକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ

ଐତିହାସିକ ଭୂମିକା ଗ୍ରହଣ କରିଥିଲା। ଜନସଂଘର ବିଚାରଧାରା ରାଷ୍ଟ୍ରସେବାକୁ ଜୀବନର ମୂଳ ଲକ୍ଷ୍ୟ

ଭାବେ ଗ୍ରହଣ କରିଥିବା ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କୁ ନିରନ୍ତର ପ୍ରେରଣା ଯୋଗାଇ ଆସିଛି ବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande