
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- କୋଟିଆର ସ୍ୱାର୍ଥ
ପାଇଁ ଏକାଠି ହୋଇ ମିଳିତ ଭାବେ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ
କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ
ଧର୍ମେନ୍ଦ୍ର ପ୍ରଧାନ ଏକ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶା ଏବଂ ଓଡ଼ିଆ ଜାତି ପାଇଁ କୋଟିଆ
କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଆମେ ସମସ୍ତେ ଜାଣିଛନ୍ତି । କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ । ଓଡ଼ିଆ ଭାବେ କୋଟିଆକୁ ନେଇ
ଦୀର୍ଘ ସମୟ ଧରି ଦେଖାଯାଇଥିବା ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ । ଦଳ ମତ ନିର୍ବିଶେଷରେ
ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହୋଇ ମିଳିତ ଭାବେ ସମାଧାନ କରିବାର ଆବଶ୍ୟକତା ରହିଛି ।
ସେ କହିଛନ୍ତି ଯେ, ମୁଁ
ଏପ୍ରିଲ ୨୦୧୮, ଫେବୃୟାରୀ
୨୦୧୯, ଏପ୍ରିଲ
୨୦୨୩ରେ କୋଟିଆ ଗ୍ରାମକୁ ଗସ୍ତ କରିଥିଲି । ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ତଥା
ସୀମା ବିବାଦକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ନଭେମ୍ବର ୧୮, ୨୦୨୦ ଓ ଅକ୍ଟୋବର ୩୧, ୨୦୨୨ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ ଏବଂ ସେପ୍ଟେମ୍ବର ୨୨,୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ
ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲି ।
ଏହି ଅଞ୍ଚଳର ସମସ୍ୟାର
ସମାଧାନ କରିବା ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । କଥାବାର୍ତ୍ତା
ମାଧ୍ୟମରେ ଆମକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି କରି ସମାଧାନର ବାଟ କାଢ଼ିବା
ଆବଶ୍ୟକ । ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ
ରଖିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତ୍ୟାଗ ଓ
ବଳିଦାନ ବ୍ୟର୍ଥ ଯିବ ନାହିଁ । ଓଡ଼ିଆ ଅସ୍ମିତା
ପାଇଁ ଆମର ଲଢ଼େଇ ଜାରି ରହିବ । ଓଡ଼ିଶାର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ଆମ ସମସ୍ତଙ୍କର
ସାମୂହିକ ଦାୟିତ୍ୱ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା