ପ୍ରସିଦ୍ଧ ଅପରାଜିତା ପୂଜା  ସହ ରାବଣ ପୋଡି କାଯ୍ୟକ୍ରମ ଅନୁଷ୍ଠିତ
ଜୟପୁର , 21 ଅକ୍ଟୋବର (ହି.ସ.) ଜୟପୁର ଦଶହରା ରେ ଅପରାଜିତା ପୁଜା ସହ ରାବଣ ପୋଡି କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପରି ମଧ୍ୟ ଜୟପୁର ଦଶହରା ପଡିଆରେ ରାବଣ ପୋଡି, ଆତସବାଜୀ କାଯ୍ୟକ୍ରମ ସହ ଅପରାଜିତା ପୁସ୍ତକ ଲୋକାର୍ପଣ ହୋଇଛି । ଏହି ଲୋକାର୍ପଣ କାଯ୍ୟକ୍ରମରେ
ପ୍ରସିଦ୍ଧ ଅପରାଜିତା ପୂଜା  ସହ ରାବଣ ପୋଡି କାଯ୍ୟକ୍ରମ ଅନୁଷ୍ଟିତ


ଜୟପୁର , 21 ଅକ୍ଟୋବର (ହି.ସ.) ଜୟପୁର ଦଶହରା ରେ ଅପରାଜିତା ପୁଜା ସହ ରାବଣ ପୋଡି କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପରି ମଧ୍ୟ ଜୟପୁର ଦଶହରା ପଡିଆରେ ରାବଣ ପୋଡି, ଆତସବାଜୀ କାଯ୍ୟକ୍ରମ ସହ ଅପରାଜିତା ପୁସ୍ତକ ଲୋକାର୍ପଣ ହୋଇଛି । ଏହି ଲୋକାର୍ପଣ କାଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଙ୍କ ସଭାପିତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ମହାରାଣି ସାରିକା ଦେବି , କୋରାପୁଟ ଏସପି ରୋହିତ ବର୍ମା, ଉପ ଜିଲାପାଳ ସୁଭ୍ରା ପଣ୍ଡା, ଏସଡିପିଓ ଅଚ୍ଚିତା ମିତ୍ତଲ , ଡିଏଫଓ ପ୍ରଶାନ୍ତ ପଟେଲ, ଦେବୋତ୍ତର ଉପଦେଷ୍ଠା କମିଟି ସଭାପତି ଦେବେନ୍ଦ୍ର ବାହନପତି, ତହସିଲଦାର ସବ୍ୟ ସାଚି ଜେନା, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ହଜାର ହଜାର ଲୋକଙ୍କ ଉପସ୍ଥିତି ରେ ରାବଣ ପୋଡି ସହ ଆତସବାଜୀ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଶାନ୍ତି ଶୃଙ୍ଖଳା ପାଇ ପୋଲିସ ମୁତୟନ ହୋଇଥିଲେ । ଆତସବାଜୀ କାଯ୍ୟକ୍ରମରେ ସହର ମୁଖରିତ ହୋଇ ପଡିଥିଲା । ପାରମ୍ପରିକ ରୀତି ନୀତି ଅନୁସାରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଜୟପୁରର ଇତିହାସ ପ୍ରସିଦ୍ଧ ଅପରାଜିତା ପୂଜା ସମାପ୍ତ ହୋଇଯାଇଛି । ଭୋର ବେଳକୁ ଏହି ପୂଜା ଜୟପୁର ଦଶହରା ପଡ଼ିଆ ଠାରେ ସମାପନ ହୋଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଅପରାଜିତା ପୁଜାରେ ଅଧିଷ୍ଠାତ୍ରୀ ମା ଦକ୍ଷିଣ କାଳିକା, ଅଧିଷ୍ଠାତ୍ରୀ ମା ଭଗବତି, ମା ବସନ୍ତାୟୀ , କନକ ଦୁର୍ଗା ଙ୍କ ବିମାନ ବାହାରି ଜୟପୁର ଦଶହରା ପଡିଆରେ ପହଞ୍ଚିଥିଲା । ବାଜା, ନାଚ, ଗୀତ ବାଣ ଫୁଟାଇ ବିରାଟ ପଟୁଆରରେ ୪ଟି ବିମାନକୁ ଦଶହରା ପଡିଆକୁ ନିଆଯାଇଥିଲା । ଦଶହରା ପଡିଆରେ ୪ଟି ଅସ୍ଥାୟି ମଣ୍ଡପ କରାଯାଇ ମା ଙ୍କ ଅପରାଜିତା ପୁଜା କରାଯାଇଥିଲା । ଏହା ସହ ରଜାନହର ଠାରେ ବସାଯାଇଥିବା ମୃଣୟ ମୁତ୍ତିକୁ ମଧ୍ୟ ମେଲାଣି ଦିଆଯାଇଥିଲା । କଡା ସୁରକ୍ଷା ବଳୟରେ ଅପରାଜିତା ପୁଜା ରେ ହୋମ, ଯଜ୍ଞ ରେ ଭୋଗ, ରାଗ ଦ୍ୱାରା ଅପରାଜିତା ପୂଜା ଅନୁଷ୍ଠିତ କରାଯାଇ ଜୟପୁର ଐତିହାସିକ ଦଶହରା ଶେଷ ହୋଇଛି । ଏଠାରେ ଜୟପୁ ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ରାଷ୍ଟ୍ର ମଙ୍ଗଳ ପାଇ ପାର୍ଥନା ପୁଜା ପାଠ କରିଥିଲେ । ପ୍ରଚଳିତ ପ୍ରଥା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠି ଗୁଡ଼ିକ ବାଙ୍କମଠ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରିଥିବା ବେଳେ ମାଁଙ୍କ ପ୍ରତିକ ଲାଠିଧାରି ଆସି ଦଶହରାରେ ସାମିଲ ହୋଇ ଜୟପୁର ବାସିଙ୍କୁ ଆଶିବାଦ କରିଥିଲେ । ଅଧିଷ୍ଟାତ୍ରୀ ମା ଙ୍କ ଶୋଭାଯାତ୍ରା ରେ ବାଜା ବାଣ, ନାଚ ଗୀତ ଡେନ୍ସ ବିଭିନ୍ନ ଆଦିବାସୀ ନାଚ ପାରମ୍ପାରିକ ବାଦ୍ୟ ରେ ଜୟପୁର ଦଶହରା ଶେଷ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande