
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ନବଦିନାତ୍ମକ
ଶାରଦୀୟ ଦୁର୍ଗାପୂଜା ଅବସରରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସ୍ଥିତ ଡ଼ିମିରିପାଲି ଦୁର୍ଗାପୂଜା
କମିଟି ପକ୍ଷରୁ ଆୟୋଜିତ ରାବଣ ଦରବାର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
ମହାଲିଙ୍ଗ
। ଏହିପରି ଧାର୍ମିକ ଓ
ସାଂସ୍କୃତିକ ଆୟୋଜନ ଆମର ପରମ୍ପରା, ଲୋକକଳା ଓ ସମୃଦ୍ଧ ଐତିହ୍ୟକୁ ଉଜ୍ଜୀବିତ କରିବା ସହ ସମାଜରେ ଏକତା, ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିଥାଏ ବୋଲି ସେ
କହିଛନ୍ତି । ଏହି ଅବସରରେ ମାନ୍ୟବର ଶାସକ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ଶ୍ରୀ ସରୋଜ
ପ୍ରଧାନ,
ମାନ୍ୟବର ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଳ ଏବଂ
ଅନୁଷ୍ଠାନର ସଦସ୍ୟ ଶ୍ରୀ ରାକେଶ ତ୍ରିପାଠୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା