ମାନବିକତା ଦେଖାଇଲେ ସୂରଜ, ଗୁରୁତର ବୃଦ୍ଧାଙ୍କୁ ପଠାଇଲେ ମେଡ଼ିକାଲ
ଭଦ୍ରକଭଦ୍ରକ, ୨୧ ଅକ୍ଟୋବର(ହି.ସ.) – ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇ ମାନବିକତା ଦେଖାଇଛନ୍ତି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ। ଆଜି ଅପରାହ୍ନରେ ଭଦ୍ରକ-ଆଖଣ୍ଡଳମ
ମାନବିକତା ଦେଖାଇଲେ ସୂରଜ, ଗୁରୁତର ବୃଦ୍ଧାଙ୍କୁ ପଠାଇଲେ ମେଡ଼ିକାଲ


ଭଦ୍ରକଭଦ୍ରକ, ୨୧ ଅକ୍ଟୋବର(ହି.ସ.) – ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇ ମାନବିକତା ଦେଖାଇଛନ୍ତି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ। ଆଜି ଅପରାହ୍ନରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର କୋଠାର କଲେଜ ନିକଟରେ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଯୋଗୁଁ ଧାମନଗର ବ୍ଲକ ଡ଼ିଲୋ ଅର୍ଣ୍ଣପୂର୍ଣ୍ଣା ନଗରର ଭାସ୍କର ବାରିକଙ୍କ ପତ୍ନୀ ସତ୍ୟଭାମା(୭୩) ରକ୍ତାକ୍ତ ହୋଇ ରାସ୍ତା ଉପରେ ପଡ଼ିରହିଥିଲେ। ଏହି ସମୟରେ ଅସୁରାଳିକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦୁର୍ଘଟଣା ଘଟିଥିବା ଜାଣି ସେଠାରେ ଅଟକି ଯାଇଥିଲେ ଏବଂ ବୃଦ୍ଧାଙ୍କ ସଙ୍କଟାପନ୍ନ ଅବସ୍ଥା ଦେଖି ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ତୁରନ୍ତ ତାଙ୍କ ପାଇଲଟ ଗାଡ଼ିରେ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହକର୍ମୀଙ୍କ ସହିତ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା କାର ଫେରାର ହୋଇଯାଇଥିଲାବେଳେ ସତ୍ୟଭାମାଙ୍କ ସ୍ଥିତି ଗମ୍ଭୀର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରୀ ଶ୍ରୀ ସୂରଜଙ୍କର ସେବା ଓ ମାନବୀୟ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande