ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସରେ ବୀର ସେନାନୀମାନଙ୍କୁ ସ୍ମରଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସରେ ବୀର ସେନାନୀମାନଙ୍କୁ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସରେ ଏହା
ଆଜାଦ୍


ଭୁବନେଶ୍ୱର, 21 ଅକ୍ଟୋବର (ହି.ସ.)- ଆଜାଦ ହିନ୍ଦ

ଫୌଜର ପ୍ରତିଷ୍ଠା ଦିବସରେ ବୀର ସେନାନୀମାନଙ୍କୁ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଜାଦ ହିନ୍ଦ

ଫୌଜର ପ୍ରତିଷ୍ଠା ଦିବସରେ ଏହାର ବୀର ସେନାନୀମାନଙ୍କୁ ସ୍ମରଣ କରୁଛୁ। ନେତାଜୀ ସୁଭାଷ ଚନ୍ଦ୍ର

ବୋଷଙ୍କ ଦୂରଦର୍ଶୀ ନେତୃତ୍ୱରେ ୨୧ ଅକ୍ଟୋବର ୧୯୪୩ରେ ଆଜାଦ ହିନ୍ଦର ଅସ୍ଥାୟୀ ସରକାର ଗଠନ

କରାଯାଇଥିଲା। ଏହା ଭାରତକୁ ଔପନିବେଶିକ ଶାସନରୁ ମୁକ୍ତ କରିବା ପାଇଁ ଅଟଳ ସଂକଳ୍ପର ପ୍ରତୀକ

ଥିଲା। ସେମାନଙ୍କର ସାହସ, ବଳିଦାନ ଓ ଦେଶପ୍ରେମର ଭାବନା ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande