ପୁଜାରୀ ପୁଟ ଠାରେ ପ୍ରବଚନ କାର୍ଯ୍ୟକ୍ରମ ଓ ପ୍ରତିମୂର୍ତ୍ତି ଉନ୍ମୋଚନ
ଜୟପୁର 21 ଅକ୍ଟୋବର (ହି.ସ.) ପୁଜାରୀ ପୁଟ ଠାରେ ସମାଜ ସେବୀ ତଥା ପଣ୍ଡିତ ସ୍ବର୍ଗତ ଗଣେଶ୍ୱର ଦାଶ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୁନାମଧନ୍ୟ ପଣ୍ଡିତ ତଥା ପ୍ରବଚକ ଶ୍ରୀମାନ ସଙ୍ଗ୍ରାମ ଆଚାର୍ଯ୍ୟ ସ୍ବର୍ଗତ ଗଣେଶ୍ୱର ଦାଶ ଓ ସ୍ବର୍ଗତ ରମ
ପୁଜାରୀ ପୁଟ ଠାରେ ପ୍ରବଚନ କାର୍ଯ୍ୟକ୍ରମ ଓ ପ୍ରତିମୂର୍ତ୍ତି ଉନ୍ମୋଚନ


ଜୟପୁର 21 ଅକ୍ଟୋବର (ହି.ସ.) ପୁଜାରୀ ପୁଟ ଠାରେ ସମାଜ ସେବୀ ତଥା ପଣ୍ଡିତ ସ୍ବର୍ଗତ ଗଣେଶ୍ୱର ଦାଶ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୁନାମଧନ୍ୟ ପଣ୍ଡିତ ତଥା ପ୍ରବଚକ ଶ୍ରୀମାନ ସଙ୍ଗ୍ରାମ ଆଚାର୍ଯ୍ୟ ସ୍ବର୍ଗତ ଗଣେଶ୍ୱର ଦାଶ ଓ ସ୍ବର୍ଗତ ରମ୍ଭା ଦାଶ୍ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ପ୍ରବଚନ ଦେଇଥିଲେ l ଶ୍ରୀ ଆଚାର୍ଯ୍ୟ ହିନ୍ଦୁ ଧର୍ମ ରକ୍ଷା ଓ ଗୋ ସୁରକ୍ଷା ନିମନ୍ତେ ବିଭିନ୍ନ ଜିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଚର୍ଚ୍ଚା ର ବିଷୟ ପାଲଟିଛି l ଶ୍ରୀ ଆଚାର୍ଯ୍ୟ ଙ୍କ ପ୍ରବଚନ ଶୁଣିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା l ସ୍ବର୍ଗତ ଗଣେଶ୍ୱର ଦାଶ ଙ୍କ ପୁତ୍ର ଶ୍ରୀ ଶଶୀଭୂଷଣ ଦାଶ ଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଭାଇ ଶ୍ରୀ ଉମାକାନ୍ତ ଦାଶ, ଶଶାଙ୍କ ଶେଖର ଦାଶ, ଝିଅ କୁମୁଦିନୀ ତିଓ୍ବାରି, ଶଙ୍କର ପ୍ରସାଦ ତିଓ୍ବାରି, ସମସ୍ତ ବନ୍ଧୁ ଓ ପରିବାର ବର୍ଗଙ୍କ ସମେତ ବହୁ ସଂଖ୍ୟକ ଶୁଭେଛୁ ଯୋଗଦାନ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande