ରାଜ ଉଆସରେ ଦଶହରା
ଜୟପୁର , 21 ଅକ୍ଟୋବର (ହି.ସ.) ଜୟପୁର ସହରରେ ରାଜ ଉଆସରେ ଦଶହରା ପାଳନ କରାଯାଇଛି । ଧିରେ ଧିରେ ସମସ୍ତ ପରମ୍ପରା ଲୋପ ପ।।ଇଯାଇଥିବା ବେଳେ ପୁଣି ଉଜବିତ କରିଛନ୍ତି ରାଜ ପରିବାର । ଦଶହରା ରେ ରାଜ ମହଲରେ ମଙ୍ଗଳବାର ଲାଠି ପୁଜା ରାଜ ରୁଜୁଡା ଅମଳର ପରମ୍ପରା ରେ ଦଶହରା ପାଳନ କରାଯାଇଛି । ଯୁବ ରାଜ ବିଶ୍
ରାଜ ଉଆସରେ ଦଶହରା


ଜୟପୁର , 21 ଅକ୍ଟୋବର (ହି.ସ.) ଜୟପୁର ସହରରେ ରାଜ ଉଆସରେ ଦଶହରା ପାଳନ କରାଯାଇଛି । ଧିରେ ଧିରେ ସମସ୍ତ ପରମ୍ପରା ଲୋପ ପ।।ଇଯାଇଥିବା ବେଳେ ପୁଣି ଉଜବିତ କରିଛନ୍ତି ରାଜ ପରିବାର । ଦଶହରା ରେ ରାଜ ମହଲରେ ମଙ୍ଗଳବାର ଲାଠି ପୁଜା ରାଜ ରୁଜୁଡା ଅମଳର ପରମ୍ପରା ରେ ଦଶହରା ପାଳନ କରାଯାଇଛି । ଯୁବ ରାଜ ବିଶ୍ୱେସ୍ୱର ଚନ୍ଦ୍ର ଚୁଡ ଦେବ ଦଶହରା ଦିନ ରାଜ ଉଆସରେ ଥିବା ଅଧିଷ୍ଟାତ୍ରୀ ମା କନକ ଦୁର୍ଗା ଙ୍କ ନିକଟରେ ପୁଜା ପାଠ କରିଛନ୍ତି । ଏହା ସହ ଲାଠି ଧାରିଙ୍କୁ ପୁଜା କରିଛନ୍ତି । ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ସମୟରେ ଜୟପୁର ରାଜ୍ୟର ସୁଯ୍ୟବଂଶୀ ରାଜା ବିଜୟ ଚନ୍ଦ୍ରାକ୍ଷ ଦେବ ତାଙ୍କୁ ସାହାଯ୍ୟ କରିଥିଲେ । ବିଜୟ ପରେ ଗଜିପତି ରାଜା କାଞ୍ଚିରୁ ଆଣିଥିବା କନକ ଦୁର୍ଗାଙ୍କ ମୁତ୍ତି କୁ ଉପହାର ସ୍ୱରୁପ ଜୟପୁର ରାଜା ଙ୍କୁ ଭେଟି ଦେଇଥିଲେ । ପରେ କନକ ଦୁର୍ଗା ଜୟପୁର ରାଜବଂଶର ଇଷ୍ଟଦେବି ଭାବେ ପୁଜା ପାଇଲେ । ୧୭୫୮ ଖ୍ରୀଷ୍ଟାଦ୍ଦରେ ବିକ୍ରମଦେବ-୧ ଜୟପୁର ରାଜଧାନୀ ନନ୍ଦପୁର ଠାରୁ ଜୟପୁରକୁ ଉଠାଇ ଆଣିଲେ । ଏଥିସହ ଜୟପୁର ରାଜପ୍ରସାଦର ଉତ୍ତର ପଶ୍ଚିମ କୋଣରେ ଏକ ମନ୍ଦିର ନିର୍ମାଣ କରି ଦେବୀ କନକଦୁର୍ଗାଙ୍କୁ ପ୍ରତିଷ୍ଠା କରାଇଥିଲେ । ଏହି ସ୍ମୁତିର ପ୍ରତୀକ ସ୍ୱରୁପ ଦଶହରା ପବ ଧୁମଧାମରେ କରାଯାଉଥିଲା । ସେବେ ଠାରୁ ଏଠାରେ ଦଶହରା ପବ ୧୬ ଦିନ ବ୍ୟାପି ପାଳନ କରାଯାଉଛି ।

ଧିରେ ଧିରେ ସେହି ପରମ୍ପରା ଲୋପ ପାଇଯାଇଥିବା ବେଳେ ଦଶହରା ଉପଲକ୍ଷେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମା ଙ୍କ ପ୍ରତିକ ଲାଠି ଙ୍କୁ ପୁଜା କରାଯାଇଥିବା ବେଳେ ଆଦିବାସୀ ନାଚ ଗୀତ ସହ ଅସ୍ତ୍ର, ଶସ୍ତ୍ର ର ପୁଜା କରାଯାଇଛି । ରାଜାଙ୍କ ଅସ୍ତ୍ରାଗାରର ସମସ୍ତ ଅସ୍ତ୍ରଶସ୍ତ୍ର ପୁଜା କରାଯାଇଥିଲା । ପ୍ରସିଦ୍ଧ ଜୟପୁର ଦଶହରା ପୁଜାରେ ଆନ୍ୟତମ ଆକର୍ଷଣ ଲାଠିପୁଜା ଲାଠି ଧାରି ମାନେ ରାଜ ଉଆସେ ଯାଇ ପହଞ୍ଚି ଥିବା ବେଳେ ରାଜ ପରିବାର ତରଫରୁ ସ୍ୱାଗତ କରାଯାଇଥିଲା । ନାଚ, ଗୀତ ଶଙ୍ଖ ହୁଳ ହୁଳି ରେ ରାଜ ଉଆସ ପ୍ରକମ୍ପତ ହୋଇଥିବା ବେଳ ସେହି ହାତି ଘୋଡା ନାହିଁ କିନ୍ତୁ ପରମ୍ପରା କୁ ବଞ୍ଚାଇବାକୁ ଯାଇ ରାଜ ଉଆସରେ ଦଶହରା ପାଳନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande