

ଶ୍ରୀକ୍ଷେତ୍ର ଓ ବିରଜା କ୍ଷେତ୍ରର ଅନନ୍ୟ ପରମ୍ପରା ମାଙ୍କୁ ଲାଗି ହେଲା ଶ୍ରୀଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ବାର ପାଟିଆ
ପୁରୀ, 21 ଅକ୍ଟୋବର (ହି.ସ.)-ପବିତ୍ର ମହାନବମୀ ତିଥି ରେ ଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ବାରପାଟିଆ ଯାଜପୁର ବିରଜାକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଲାଗିକରାଯାଇଛି।ମା ବିରଜାଙ୍କ ଶାରଦୀୟ ପୂଜା ଅବସରରେ ଏହି ପରମ୍ପରା କେଉଁ ଆବହମାନ କାଳରୁ ଚଳି ଆସୁଛି।ମା ବିରଜାଙ୍କ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥ ଯାତ୍ରା ଭଳି ମାଙ୍କ ନବ ଦିନ ରଥ ଯାତ୍ରା ଓ ମାଆଙ୍କ ପାଦ ଦର୍ଶନ ଶେଷ ଦିନ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବାର ପାଟିଆ ବସ୍ତ୍ର ମାଆଙ୍କୁ ଅର୍ପଣ ପାଇଁ ପ୍ରେରଣ କରାଯାଇ ଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିରଜା ଟ୍ରଷ୍ଟ ବୋର୍ଡ ତରଫରୁ ଯାଜପୁର ବଲ୍ଲଭ ଜମିଦାର ପରିବାରର ସିଦ୍ଧାର୍ଥ ରାୟ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଏହି ଅଙ୍ଗ ବସ୍ତ୍ର ଗ୍ରହଣ କରି ମା ବିରଜା ମନ୍ଦିର ସେବାୟତ ସମିତିର ସଭାପତି ତଥା ବିରଜା ଟ୍ରଷ୍ଟ ବୋର୍ଡ ସଦସ୍ୟ ଦେବୀ ପ୍ରସାଦ ପାଣି ଙ୍କୁ ପ୍ରଦାନ କରିଥିଲେ। ମାଙ୍କ ପାଦ ଦର୍ଶନ ଶେଷ ଦିନ ବେଶ ହେଲା ପରେ ସେବକ ମାନେ ମାଙ୍କୁ ବାରପାଟିଆ ଲାଗି କରିବା ସହିତ ଶୁଖିଲା ମହାପ୍ରସାଦ ଅର୍ପଣ କରି ଜଗତ ମଙ୍ଗଳ କାମନା କରି ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ