କୋଟିଆ ବିବାଦ ନେଇ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା ସୂଚନା ଦେଲେ ଉପ ଜିଲ୍ଲାପାଳ
ଜୟପୁର, ୨୧ ଅକ୍ଟୋବର(ହି.ସ.) – ଆନ୍ଧ୍ରପ୍ରଦେଶ ସହ ଦୀର୍ଘଦିନ ଧରି ଚାଲିଆସୁଥିବା କୋରାପୁଟ ଜିଲ୍ଲା କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ଆଜି କୋରାପୁଟ ଉପ ଜିଲ୍ଲାପାଳ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ନିର୍ଦ୍ଦେ
କୋଟିଆ ବିବାଦ ନେଇ ପୁଣି ସୁପ୍ରିମକୋର୍ଟ ଯିବ ଓଡ଼ିଶା ସୂଚନା ଦେଲେ ଉପ ଜିଲ୍ଲାପାଳ


ଜୟପୁର, ୨୧ ଅକ୍ଟୋବର(ହି.ସ.) – ଆନ୍ଧ୍ରପ୍ରଦେଶ ସହ ଦୀର୍ଘଦିନ ଧରି ଚାଲିଆସୁଥିବା କୋରାପୁଟ ଜିଲ୍ଲା କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ଆଜି କୋରାପୁଟ ଉପ ଜିଲ୍ଲାପାଳ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଯେଉଁଥିରେ ଯଥାସ୍ଥିତି' ବଜାୟ ରଖିବାକୁ କୁହାଯାଇଥିଲା ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛନ୍ତି। କୋଟିଆ ପାଇଁ ନୋଡାଲ୍ ଅଧିକାରୀ ତଥା କୋରାପୁଟ ଉପ-ଜିଲ୍ଲାପାଳ ଫାବି ରସିଦ୍ ଆଜି ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଉପ ଜିଲାପାଳ ରସିଦ୍ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର କାର୍ଯ୍ୟକଳାପ ଯାହା କୋର୍ଟଙ୍କ ଯଥାସ୍ଥିତି' ବଜାୟ ରଖିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି, ସେହି ଘଟଣାକୁ ନେଇ ରାଜ୍ୟ ସରକାର ଅଦାଲତ ଅବମାନନା' ମାମଲା ଦାୟର କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବୁଧବାର ଏବଂ ଗୁରୁବାର ଦିନ କୋଟିଆ ଗସ୍ତ କରିବେ। ସେଠାରେ ସେ ସ୍ଥାନୀୟ ବାସିନ୍ଦାଙ୍କୁ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଚାଲିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ। ଏହାସହିତ, ସେ ସେମାନଙ୍କର ଅଭିଯୋଗ ଶୁଣିବେ ଏବଂ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଆକଳନ କରିବେ।

ପ୍ରଶାସନ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଥାସ୍ଥିତି' ବଜାୟ ରଖିବା ନିର୍ଦ୍ଦେଶର ଉଲ୍ଲଂଘନ ବିରୋଧରେ ଆଇନଗତ ଲଢ଼େଇକୁ ଆହୁରି ଜୋରଦାର କରାଯିବ।

ଆନ୍ଧ୍ରପ୍ରଦେଶ ପକ୍ଷରୁ ବିବାଦୀୟ କୋଟିଆ ଅଂଚଳରେ ପଂଚାୟତ ନିର୍ବାଚନ ଘୋଷଣା କରାଯିବା ପରେ ଏହି ସୀମା ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ହୋ କୁ ନେଇ ବିରେଧି ଓ ଶାସକ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande