

ପୁରୀ, ୨୧ ଅକ୍ଟୋବର(ହି.ସ.) – ବୁଧବାର ଅପରାହ୍ନରେ ମେଡ଼ିକାଲ ଛକରୁ ଝଡ଼େଶ୍ୱରୀ ଛକ ପର୍ଯ୍ୟନ୍ତ ମାପଚୁପ ହୋଇଛି। ଖୁବଶୀଘ୍ର ଏହି ରାସ୍ତା ଓସାରିକରଣ କରାଯିବ। ପୁରୀ ରାସ୍ତା ଓ କୋଠା ବିଭାଗ ଓ ପୁରୀ ତହସିଲ ପକ୍ଷରୁ ଆଜି ବଡଫିତା ପକାଇ ମାପଚୁପ କରାଯାଇଛି। ମେଡ଼ିକାଲ ଛକରୁ ବୋଷ ଛକ ପର୍ଯ୍ୟଟନ ଋତୁ, ଛୁଟିଦିନ, ପର୍ବପର୍ବାଣି ଦିନ ଭୀଷଣ ଟ୍ରାଫିକ ଜାମ ରହୁଛି। ପ୍ରଥମ ଦଫାରେ ମେଡ଼ିକାଲ ଛକରୁ ଦର୍ଜୀପୋଖରୀ ଛକ ମାପଚୁପ ହୋଇ ନୋଟିଫିକେସନ ପରେ କ୍ଷତିପୂରଣ ଦିଆଯାଇ ଘର ଭଙ୍ଗାଯିବ। ରୋଡ଼ ଡିଭାଇଡ଼ର ରହି ଚାରି ଲେନ୍ କରାଯିବ। ଏହି ରାସ୍ତାଟି ବ୍ୟସ୍ତବହୁଳ ରାସ୍ତା ହୋଇଥିବାବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ରାସ୍ତା ସଂଯୋଗ ରହିଛି। ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଦେଶର ଲୋକପ୍ରତିନିଧିମାନେ ପୁରୀ ଆସିଲେ ସର୍କିଟ ହାଉସ ଓ ରାଜଭବନକୁ ଏହି ରାସ୍ତା ଦେଇ ଯା’ଆସ କରିଥାନ୍ତି। ଛୁଟିଦିନରେ ମେଡ଼ିକାଲ ଛକରୁ ଚାରିଚକିଆ ଯାନ ଫାୟାର ଷ୍ଟେସନ ପର୍ଯନ୍ତ ପଛକୁ ପଛ ଟ୍ରାଫିକ ଜାମ୍ରେ ଫସି ରହୁଛି। ପୁରୀକୁ ବିଶ୍ୱସ୍ତରୀୟ ସହର କରାଯିବ। ଏୟାରପୋର୍ଟ ହେବ, ରିଙ୍ଗରୋଡ଼ ହେବ, ଦୋଳମଣ୍ଡପ ସାହି, ବାଲିସାହି, ମାରଚିକୋଟ, ଚୂଡ଼ାପଟିରୁ କଲେଜଛକ, ଶନିମନ୍ଦିରରୁ ମଶାଣିଚଣ୍ଡୀଛକ, ଲୋକନାଥ ରୋଡ଼, ନରେନ୍ଦ୍ରକୋଣରୁ ଜଟିଆବାବାଜି ଛକ, ରେଡ଼କ୍ରସ ରୋଡ଼ ଆଦି ରାସ୍ତା ଓସାରିକରଣ କରାଯିବା ପ୍ରସ୍ତାବ ରହିଛି। ପ୍ରତିବର୍ଷ ରଥଯାତ୍ରାରେ ରଥଯାତ୍ରୀ ବଢୁଛନ୍ତି ବଡ଼ଦାଣ୍ଡ ବଢ଼ୁନାହିଁ ଏଣୁ ବଡ଼ଦାଣ୍ଡ ଓସାରିକରଣ ଯୋଜନା ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ