ଭାରତ-ଚୀନ୍ ବାଣିଜ୍ୟ: ୨୪.୫୦ ଲକ୍ଷ ଟଙ୍କାର ସାମଗ୍ରୀ ରପ୍ତାନି
ଦେହରାଦୁନ, ୨୨ ଅକ୍ଟୋବର (ହି.ସ.)- ଭାରତ-ଚୀନ୍ ବାଣିଜ୍ୟ ଅଧୀନରେ ଗୁରୁବାର ଜଣେ ଭାରତୀୟ ବ୍ୟବସାୟୀ ଚୀନ୍ର ତକଲାକୋଟ ବଜାରକୁ ପ୍ରାୟ ୨୪.୫୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି କରିଛନ୍ତି। ଏହି ସମୟରେ ତକଲାକୋଟରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଭାରତୀୟ ବ୍ୟବସାୟୀଙ୍କ ଚିକିତ୍ସା ଜାରି ରହିଛି ଏବଂ ସେ
उपजिलाधिकारी आशीष जोशी


ଦେହରାଦୁନ, ୨୨ ଅକ୍ଟୋବର (ହି.ସ.)- ଭାରତ-ଚୀନ୍ ବାଣିଜ୍ୟ ଅଧୀନରେ ଗୁରୁବାର ଜଣେ ଭାରତୀୟ ବ୍ୟବସାୟୀ ଚୀନ୍ର ତକଲାକୋଟ ବଜାରକୁ ପ୍ରାୟ ୨୪.୫୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି କରିଛନ୍ତି। ଏହି ସମୟରେ ତକଲାକୋଟରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଭାରତୀୟ ବ୍ୟବସାୟୀଙ୍କ ଚିକିତ୍ସା ଜାରି ରହିଛି ଏବଂ ସେ ଶୁକ୍ରବାର ଭାରତ ଫେରିବାର ସମ୍ଭାବନା ରହିଛି।

ସୀମାନ୍ତ ଜିଲ୍ଲା ପିଥୋରାଗଡ଼ର ଧାରଚୁଲା ଉପଜିଲ୍ଲାପାଳ ଆଶିଷ ଜୋଶୀ କହିଛନ୍ତି ଯେ ୨୦୨୬ର ବାଣିଜ୍ୟ ଋତୁର ଚତୁର୍ଥ ପର୍ଯ୍ୟାୟରେ ଗୁରୁବାର ଜଣେ ଭାରତୀୟ ବ୍ୟବସାୟୀ ଚୀନ୍ର ତକଲାକୋଟ ବଜାରରେ ପହଂଚିିଥିଲେ। ସେ ସେଠାରେ ପ୍ରାୟ ୨୪ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ରପ୍ତାନି କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏପର୍ଯ୍ୟନ୍ତ ଚୀନ୍ର ବଜାରରୁ ୮ ଜଣ ବ୍ୟବସାୟୀ ଭାରତ ଫେରିଆସିଛନ୍ତି। ସେମାନଙ୍କ ସହ ଆଣିଥିବା ସାମଗ୍ରୀର ସୀମା ଶୁଳ୍କ ସମ୍ବନ୍ଧୀୟ ପ୍ରକ୍ରିୟା ଚାଲିଛି।

ତକଲାକୋଟରେ ଜଣେ ବ୍ୟବସାୟୀ ଅସୁସ୍ଥ ହୋଇପଡ଼ିଥିବା ଘଟଣା ମଧ୍ୟ ପ୍ରଶାସନର ଦୃଷ୍ଟିକୁ ଆସିଛି। ବର୍ତମାନ ଚୀନ୍ରେ ହିଁ ତାଙ୍କର ଚିକିତ୍ସା ଚାଲିଛି। ସେ ଶୁକ୍ରବାର ଭାରତ ଫେରିବାର ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande