
ଧର୍ମଶାଳା,୨୨ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଂଚାୟତ ପୁନର୍ଗଠନ ଓ ୨୫ତମ ପୂର୍ତି ମହୋତ୍ସବ ଅବସରେ ସମସ୍ତ ଜନପ୍ରତିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପଂଚାୟତ ସଭାଗୃହ ପରିସରରେ ଆୟୋଜିତ ମହୋତ୍ସବ ସରପଂଚ ସ୍ୱର୍ଣ୍ଣଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ କାମଦେବ ଶତପଥୀ ,ସମ୍ମାନୀତ ଅତିଥିଭାବେ ବରିଷ୍ଠ ସମାଜିକ କର୍ମୀ କାହ୍ନୁ ଚରଣ ଦାସ ଓ ପଂଚାୟତର ପ୍ରଥମ ସରପଂଚ ବାବଲୁି ପୃଷ୍ଟି ପ୍ରମୁଖ ଯୋଗ ଦେଇ ପରିବାରର ସମସ୍ତ ସଦସ୍ୟ ପ୍ରଥମେ ପର କଥା ଓ ପରେ ନିଜ କଥା ଭାବିବା ଉଚିତ୍ ବୋଲି ଗୁରୁତ୍ୱାରୋପ କରିବା ସହ ସମାଜରେ ୪ ପ୍ରକାର ଲୋକ ଅଛନ୍ତି । ଆନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତି ସବୁବେଳେ ନିଆରା ବୋଲି ମତ ବ୍ୟକ୍ତ କରିବା ସହିତ ସରପଂଚଙ୍କ ଏଭଳି ନିଆରା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ମଂଚ ପରିଚାଳନାରେ ଶିକ୍ଷାବିତ୍ ମାଗୁଣି ଚରଣ ପୃଷ୍ଟି ସହଯୋଗ କରିଥିଲେ । ଏହି ଅବସରରେ ପଂଚାୟତ ପକ୍ଷରୁ ସମସ୍ତ ସରପଂଚ,ପୂର୍ବତନ ସରପଂଚ,ସମିତି ସଭ୍ୟ/ସଭ୍ୟା ଓ ପୂର୍ବତନ ସମିତି ସଭ୍ୟ/ସଭ୍ୟା,ୱାର୍ଡ ସଭ୍ୟସଭ୍ୟା ଓ ପୂର୍ବତନ ୱାର୍ଡ ସଭ୍ୟସଭ୍ୟା,ପଂଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ପୂର୍ବତନ କର୍ମଚାରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ନାୟବ ସରପଂଚ ବୈକୁଣ୍ଠ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନିରୁଦ୍ଧ ପୃଷ୍ଟି,କୈଳାସ ଚନ୍ଦ୍ର ସାହୁ,ସତ୍ୟଜିତ୍ ସାହୁ,ବିକାଶ ନାୟକ,ଦର୍ଶନ ସ୍ୱାଇଁ,ସାଗର ମହାରଣା,ଧନେଶ୍ୱର ସାହୁ, ,ନରହରି ପୃଷ୍ଟି,ପରମେଶ୍ୱର ବରାଳ ଓ ମନୋରଂଜନ ଜେନାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।
-------------
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ