
କେନ୍ଦ୍ରାପଡ଼ା, ୨୨ ଅକ୍ଟୋବର(ହି.ସ.) – ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂସଦର ୩୯ତମ ବାର୍ଷିକ ଉତ୍ସବ ମହାନବମୀ ତିଥିରେ ବୁଧବାର ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରସଂସଦ ସଭାପତି ତଥା ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ମଧୁସୂଦନ ବେହେରା ସଭାପତିତ୍ୱ କରିଥିଲେ। ମାର୍ଶାଘାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଫକୀର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ ଯୁଗ୍ମ ସମ୍ପାଦକ ତଥା ପୁରାତନ ଛାତ୍ର ଦିଲ୍ଲୀପ କୁମାର ସାହୁ, ମଣି ନାଗେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବାମଦେବ ମହାପାତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଛାତ୍ରସଂସଦର ପୂର୍ବତନ ସଭାପତି ଚନ୍ଦ୍ରମଣି ସାହୁଙ୍କର ଅଳ୍ପ ଦିନ ତଳେ ପରଲୋକ ହୋଇଥିବାରୁ ତାଙ୍କ ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ପୁରାତନ ଛାତ୍ର ଆଇନଜୀବି ବିଚିତ୍ରାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ମଂଚ ସଂଚାଳନ କରିଥିଲେ। ସମ୍ପାଦକ ହିମାଂଶୁ ଶେଖର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ର ତଥା ଗୁଇନ୍ଦା ବିଭାଗ ଡ଼ିଏସ୍ପି ପ୍ରେମାନନ୍ଦ ଲେଙ୍କା, ଇଂ ସୌମ୍ୟରଞ୍ଜନ ରଥ, ଇଂ ସଂଗ୍ରାମ କେଶରୀ ଜେନା, ପ୍ରବୋଧ ନାୟକ, ଭାବଗ୍ରାହୀ ମଲ୍ଲ, ଉମାକାନ୍ତ ଦାସ, ଅଧ୍ୟାପିକା ପ୍ରତିଜ୍ଞା ସାମଲ, ସୁଜାତା ସାମଲ, ପ୍ଲାବନ କୁମାର ସ୍ୱାଇଁ, ପୁରାତନ ସଭାପତି ନିରଞ୍ଜନ ବସନ୍ତିଆ, ବିଜୟ କୁମାର ଦାସ, ପ୍ରସନ୍ନ କୁମାର ସାହୁ, ଭାବଗ୍ରାହୀ ମଲ୍ଲ, ଇଂ ଚିତରଞ୍ଜନ ରଥ, ଶଙ୍କର୍ଷଣ ରାଉତ, ଜ୍ଞାନରଞ୍ଜନ ବସନ୍ତିଆ, ବିଭୂତି ଭୂଷଣ ଦାସ, ସରୋଜ କୁମାର ପତି, ପାର୍ଥସାରଥୀ ସାହୁ, ଅଶ୍ୱିନୀ ଅମିତାଭ ନାୟକ, ଗଣେଶ ବସନ୍ତିଆ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି