
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)- ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ରିଜର୍ଭ ବ୍ୟାଙ୍କ ଡାଟା ସେଂଟର ଉଦଘାଟନ କରିବାକୁ ଓଡିଶା ଆସିବେ। ଓଡିଶା ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହିତ କଥା ହୋଇ କୋଟିଆର ୩ ଗ୍ରାମରେ ଆନ୍ଧ୍ର ସରକାର ଯେଉଁ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି, ତାହାକୁ ରଦ୍ଦ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି।
ପରିଷଦର ଆବାହକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତା ଦେବା ସହିତ ଏକ ଅନୁରୋଧ ପତ୍ର ଦେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେବା ପାଇଁ ଅନୁମତି ମାଗିଛନ୍ତି। ଏହି ପତ୍ରରେ ଶ୍ରୀ ବେହେରା ଦର୍ଶାଇଛନ୍ତ ଯେ ସୁପ୍ରିମକୋର୍ଟର ସ୍ଥିତାବସ୍ଥା ବଜାୟ ରଖିବା ନିର୍ଦ୍ଦେଶ ସତ୍ୱେ ଆନ୍ଧ୍ର ସରକାର ବାରମ୍ବାର କୋଟିଆରେ ଅନୁପ୍ରବେଶ ଜାରି ରଖିଛନ୍ତି। କେତେବେଳେ ସ୍ୱାସ୍ଥ୍ୟ ଶିବିର, କେତେବେଳେ ଜନଗଣନା, କେତେବେଳେ ସାର’ ଏହି ଅନୁପ୍ରବେଶ ଜାରି ରହିଛି। ବେଳେବେଳେ କୋଟିଆବାସୀଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ନିଜ ଆଡକୁ ନେବାକୁ ଉଦ୍ୟମ କରୁଛି। ଏହା ଫଳରେ ଉଭୟ ରାଜ୍ୟ ଭିତରେ ରହିଥିବା ଭାଇଚାରା, ସଦଭାବନା ନଷ୍ଟ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁଏଡାଇ ଦେଇ ହେବ ନାହିଁ। ତେଣୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଟିଆ ସମସ୍ୟାର ସମାଧାନ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା