
ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଏବଂ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ହୀରନ୍ୟମୟ ବିଶୋଇଙ୍କ ଅନୁମତି କ୍ରମେ ତା. ୨୨.୧୦.୨୦୨୬ ରେ ଧୂବଲପଡା ଗ୍ରାମ ପଂଚାୟତ, ବଲାଙ୍ଗୀର ଠାରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର କାର୍ଯ୍ୟପ୍ରଣାଳୀ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣର ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗୀର, ପବିତ୍ରାନନ୍ଦ ପ୍ରଧାନ, ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ଅଚ୍ୟୁତ ପୁରୋହିତ, ଶଙ୍କର୍ଷଣ ପ୍ରଧାନ ଏବଂ ଧୂବଲପଡା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଡି.ଦିଲେଶ୍ବର ସାହୁ ଯୋଗ ଦେଇଥିଲେ।
ଏହି ଶିବିରରେ ସଚିବ ଶ୍ରୀ ପ୍ରଧାନ ସ୍ଥାୟୀ ଲୋକ ଅଦାଲତର ଭୂମିକା ଓ ଜନସାଧାରଣ ମାନଙ୍କୁ ବିନା ଶୁକ୍ଳ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସମ୍ପର୍କରେ, ଲୋକମାନଙ୍କୁ ଅବଗତ କରିଥିଲେ ଏହା ସହିତ ବିପର୍ଯ୍ୟୟରେ ପୀଡିତ ବ୍ୟକ୍ତି ମାନଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣର ଆଇନ ସେବା ଯୋଗାଇ ଦେବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ସଦସ୍ୟ ଶ୍ରୀ ପୁରୋହିତ ଲୋକମାନକୁ ବିନା ମୂଲ୍ୟରେ ଲୋକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇବା ଉପରେ ଗୁରୁତ୍ୱରୋପ କରିଥିଲେ ଓ ଶ୍ରୀ ପ୍ରଧାନ ସମୟ ଏବଂ ଅର୍ଥରୁ ମୁକ୍ତ ନ୍ୟାୟ ସେବା ଯୋଗାଇ ଦେବାରେ ସ୍ଥାୟୀ ଲୋକ ଅଦାଲତର ଭୂମିକା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଅଂଚଳର ବାସିନ୍ଦା ଏବଂ ପାରା ଲିଗାଲ୍ ଭଲଣ୍ଟିୟର୍ ବନମାଳୀ କୁମ୍ଭାର ଏବଂ ଲଛମାନ ମହାକୁଡ଼ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ