
ଜୟପୁର, ୨୨ ଅକ୍ଟୋବର (ହି.ସ.)- ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ କୋରାପୁଟ ଇଗ୍ନୁ ଆଞ୍ଚଳିକ କେନ୍ଦ୍ର ତତ୍ବାବଧାନରେ ୧୨ ଦିବସୀୟ ବିଏଡ୍ କର୍ମଶାଳା ଉଦଯାପିତ ହୋଇଯାଇଛି। ଅକ୍ଟୋବର ୧୦ ତାରିଖରେ ଆରମ୍ଭ ହୋଇଥିବା ଦ୍ବିତୀୟ ବର୍ଷର କର୍ମଶାଳା ଆଜି ଅର୍ଥାତ୍ ବାଇଶି ଅକ୍ଟୋବରରେ ସମାପ୍ତ ହୋଇଯାଇଛି। ଉଦଘାଟନୀ ଅଧିବେଶନରେ ଇଗ୍ନୁ ଆଞ୍ଚଳିକ ନିର୍ଦ୍ଦେଶିକା ଡଃ. ଲତିକା ମିଶ୍ର ମୁଖ୍ୟ ଅତିଥି, ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡଃ. ପ୍ରଶାନ୍ତ କୁମାର ପାତ୍ର ତଥା ଇଗ୍ନୁ ସଂଯୋଜକ ଓ ସହ-ସଂଯୋଜକ ଡଃ. ଉଜ୍ଜ୍ୱଳ ଷଡ଼ଙ୍ଗୀ ଅତିଥୀ ଭାବରେ ଉପସ୍ଥିତ ରହି ଗୁରୁ ଛାତ୍ର ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ୫୧ ଜଣ ଗୁରୁ ଛାତ୍ର ଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ। କର୍ମଶାଳାରେ ୧୩ ଜଣ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ ଷାଠିଏଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଡିଏଭି ସିଟି, କୋରାପୁଟର ସହକାରୀ ପ୍ରଫେସର ଡଃ. ମନୋରଞ୍ଜନ ପ୍ରଧାନ, ସରକାରୀ ଡିଏଭି କଲେଜର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ କୋବିଦ ପ୍ରଧାନ, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ବନ୍ଦନା ମହାରଣା ଓ ସୁଶ୍ରୀ ଶୁଭଶ୍ରୀ ପଟ୍ଟନାୟକ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପିଏଚଡ଼ି ଗବେଷିକା ଶ୍ରୀମତୀ ଅନୁପମା ମିଶ୍ର, ସହକାରୀ ପ୍ରଫେସର ପରିଚିତା ମହାପାତ୍ର,ଅନୀତା ପଟ୍ଟନାୟକ,ଅଭୟ ପରିଡ଼ା,ୟପ୍ରତ୍ ପାଣ୍ଡେ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ବଲାଙ୍ଗୀରର ଅନ୍ତର୍ଯ୍ୟାମୀ ମହଲା,ବୋଇପାରିଗୁଡା କଲେଜର ମାନସୀ ଆଚାର୍ଯ୍ୟ, ଲକ୍ଷ୍ମୀପୁର କଲେଜର ବବଲୁ ବେନ୍ୟା, ମାଥିଲି କଲେଜର ରତ୍ନାକର ସାହୁ ପ୍ରମୁଖ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ ଭାବରେ ଯୋଗଦାନ କରିଥିଲେ। ସଂପୂର୍ଣ୍ଣ କର୍ମଶାଳାର ସମସ୍ତ କାଗଜପତ୍ର ଓ ବ୍ୟବସ୍ଥା ସୁଜାତା ବେଜଙ୍କ ଦ୍ବାରା କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କର୍ମଶାଳାର ଶେଷ ଦିନରେ ଗୁରୁ ଛାତ୍ର ଛାତ୍ରୀମାନେ ନିଜର ଅଭିଜ୍ଞତା ବାଣ୍ଟିବା ସହ କର୍ମଶାଳାରୁ ଅନେକ ଶିକ୍ଷାଦାନ ଓ ଶିକ୍ଷଣ କୈ।ଶଳ ଶିଖିବା ଏବଂ ସେଗୁଡିକ ଶ୍ରେଣୀ ଶିକ୍ଷାଦାନ ଅତ୍ୟନ୍ତ ଆନନ୍ଦଦାୟକ କରିବ ବୋଲି ମତବ୍ୟକ୍ତ କରିଥିଲେ। ବିଶେଷକରି ଦାୟିତ୍ବବାନ ଓ ସାମର୍ଥ୍ୟବାନ ଶିକ୍ଷକ ଶିକ୍ଷୟିତ୍ରୀ ଭାବରେ ଆଗାମୀ ଭବିଷ୍ୟତ ନିର୍ମାଣ କରିବେ ବୋଲି ପ୍ରତିଜ୍ଞାବଦ୍ଧ ବୋଲି ମତପୋଷଣ କରିଥିଲେ। ଉଦଯାପନୀ ସମାରୋହରେ ସିପିଜିସି ଡଃ. ପ୍ରଶାନ୍ତ ପାତ୍ର ସମସ୍ତ ଗୁରୁ ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷକ ଶିକ୍ଷୟିତ୍ରୀ ହେବା ପାଇଁ ଆହ୍ୱାନ ଦେବା ସହ ଇଗ୍ନୁ ତରଫରୁ ଆୟୋଜିତ ପ୍ରଥମ ବ୍ୟାଚ୍ ବିଏଡ୍ ର ସଫଳତାର ସହ କର୍ମଶାଳା ଅନୁଷ୍ଠିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଶେଷରେ ସମସ୍ତ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଏଭଳି କର୍ମଶାଳାର ଆୟୋଜନ ପାଇଁ ବିଶ୍ବବିଦ୍ୟାଳୟକୁ ସୁଯୋଗ ଦେଇଥିବାରୁ ଇଗ୍ନୁ ଆଞ୍ଚଳିକ ନିର୍ଦ୍ଦେଶିକା ଡଃ. ଲତିକା ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି