
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। ଘରୋଇ ସରାଫା ବଜାରରେ ଗୁରୁବାର ପ୍ରାରମ୍ଭିକ କାରବାର ସମୟରେ ଚେନ୍ନାଇକୁ ଛାଡ଼ି ଦେଶର ଅଧିକାଂଶ ସ୍ଥାନରେ ସୁନା ଦର ପ୍ରାୟ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ଚେନ୍ନାଇରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧,୦୦୦ ଟଙ୍କାରୁ ୧,୦୯୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଅନ୍ୟପକ୍ଷରେ, ରୁପା ଦରରେ ଆଜି କ୍ରମାଗତ ତୃତୀୟ ଦିନ ପାଇଁ କୌଣସି ପରିବର୍ତ୍ତନ ହୋଇନାହିଁ।
ଚେନ୍ନାଇରେ ସୁନା ଦରରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୬,୦୭୦ ଟଙ୍କାରୁ ୧,୪୬,୨୨୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୩୩,୮୯୦ ଟଙ୍କାରୁ ୧,୩୪,୦୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୁପା ଦରରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ଦିଲ୍ଲୀ ସରାଫା ବଜାରରେ ଆଜି ମଧ୍ୟ ଏହି ଧଳା ଧାତୁ କିଲୋଗ୍ରାମ ପିଛା ୨,୨୯,୯୦୦ ଟଙ୍କାରେ ବିକ୍ରି ହେଉଛି।
ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୬,୨୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୪,୦୪୦ ଟଙ୍କା ରହିଛି। ଅନ୍ୟପକ୍ଷରେ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୬,୦୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୩,୮୯୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୬,୧୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୩,୯୪୦ ଟଙ୍କା ରହିଛି।
ଏହି ପ୍ରମୁଖ ସହରଗୁଡ଼ିକ ବ୍ୟତୀତ ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୬,୦୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୩,୮୯୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କୋଲକାତାରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୪୬,୦୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୩,୮୯୦ ଟଙ୍କାରେ କାରବାର ହେଉଛି।
ଭୋପାଳରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୬,୧୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୩୩,୯୪୦ ଟଙ୍କାରେ ବିକ୍ରି ହେଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା