ଭସାଣିରେ ପୋଲିସର କଡ଼ା ସୁରକ୍ଷା
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.) - ଭୁବନେଶ୍ୱରରେ ଭସାଣି ଉତ୍ସବକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା। ଶାନ୍ତିଶୃଙ୍ଖଳାର ସହ ଭସାଣି ଶେଷ କରିବାକୁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ସିନିୟର ପୋଲିସ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭସାଣି ସ୍ଥଳରେ ଆଲ
ଭସାଣିରେ ପୋଲିସର କଡ଼ା ସୁରକ୍ଷା


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.) - ଭୁବନେଶ୍ୱରରେ ଭସାଣି ଉତ୍ସବକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା। ଶାନ୍ତିଶୃଙ୍ଖଳାର ସହ ଭସାଣି ଶେଷ କରିବାକୁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ସିନିୟର ପୋଲିସ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭସାଣି ସ୍ଥଳରେ ଆଲୋକୀକରଣ ସହ ଜରୁରୀକାଳୀନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଡିଜେ ଉପରେ କଟକଣା ଲଗାଯାଇଥିବା ବେଳେ ଗାଇଡଲାଇନ୍ ଅନୁଯାୟୀ ଭସାଣି ଚାଲିଛି । ଅନ୍ୟପଟେ ଭସାଣି ଭିଡ଼ରେ ଲୁଟପାଟ ରୋକିବାକୁ ପୋଲିସର ସ୍ୱତନ୍ତ୍ର ଟିମ୍ ନଜର ରଖିଛି।ଭସାଣି ଆରମ୍ଭ ରୁ ଏ ପଯ୍ୟନ୍ତ ଛଅଟି ଟିମ୍ ବିଭିନ୍ନ ଭିଡ଼ ସ୍ଥାନରେ ନିୟୋଜିତ ରହିଛନ୍ତି । ପୁରୁଷ,ମହିଳା ଓ ନାବାଳକଙ୍କ ସମେତ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ୨୨ଟି ମୋବାଇଲ୍ ଫୋନ୍, ସୁନା ଚେନ୍ ଓ ଟାବଲେଟ୍ ଜବତ କରିଛି ପୋଲିସ । ଲୁଟ୍ ଅଭିଯୋଗରେ ତିନୋଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ କରିବାରେ ସହଯୋଗ କରୁଥିବା ପୋଲିସ କର୍ମଚାରୀ ଓ ଆୟୋଜକମାନଙ୍କୁ ଅଧିକାରୀ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ଡିସିପି ଡ଼. ଶର୍ବଣା ବିବେକ ଏମ୍ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande