ସ୍ୱର୍ଗତ ବ୍ରଜ ସୁନ୍ଦର ଜେନାଙ୍କ ବିୟୋଗରେ ଶୋକସଭା
କେନ୍ଦ୍ରାପଡ଼ା, ୨୨ ଅକ୍ଟୋବର(ହି.ସ.) – ଆଦର୍ଶ ଶିକ୍ଷକ ତଥା ଧର୍ମପ୍ରାଣ ସ୍ୱର୍ଗତ ବ୍ରଜ ସୁନ୍ଦର ଜେନାଙ୍କ ଆକସ୍ମିକ ବିୟୋଗରେ ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ତମ ଅକ୍ଷୟ ମହାନ୍ତି କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବ୍ରଜ ସୁନ୍ଦରଙ୍କ ସମୁଦି ତଥା ସ
ସ୍ଵର୍ଗତ ବ୍ରଜ ସୁନ୍ଦର ଜେନାଙ୍କ ବିୟୋଗରେ ଶୋକସଭା


କେନ୍ଦ୍ରାପଡ଼ା, ୨୨ ଅକ୍ଟୋବର(ହି.ସ.) – ଆଦର୍ଶ ଶିକ୍ଷକ ତଥା ଧର୍ମପ୍ରାଣ ସ୍ୱର୍ଗତ ବ୍ରଜ ସୁନ୍ଦର ଜେନାଙ୍କ ଆକସ୍ମିକ ବିୟୋଗରେ ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ତମ ଅକ୍ଷୟ ମହାନ୍ତି କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବ୍ରଜ ସୁନ୍ଦରଙ୍କ ସମୁଦି ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ମୁଖ୍ୟ ଅତିଥି ଭାବେ ଫୋରଡବାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ, ମୁଖ୍ୟବକ୍ତା ଭାବେ ପଣ୍ଡିତ ପଦ୍ମନାଭ ଦାଶ ଏବଂ ସମ୍ମାନିତ ଅତିଥି ଭାବେ ସତୀର୍ଥ ସଭାପତି କବି ଅମର ପ୍ରସାଦ ରାଉତ, ଶିକ୍ଷକ ଅଜୟ ସ୍ୱାଇଁ, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, ନାଟ୍ୟକାର ଭୀମସେନ ପ୍ରଧାନ, ଗାୟକ ସୁରେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ବ୍ରଜ ସୁନ୍ଦରଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆରମ୍ଭରେ ଅତିଥିମାନେ ସ୍ୱର୍ଗତ ଜେନାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ହେନାଞ୍ଜଳି ଜେନା, ପାୟଲ ଦାସ, ଅଙ୍କିତା ପରିଡ଼ା, ରତ୍ନ ମଞ୍ଜରୀ ପରିଡ଼ା ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଏବଂ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ ଓଲଟ ବୃକ୍ଷେ ଖେଳୁଛି ପରିବେଷଣ କରିଥିଲେ। ଗୀତିକାର ବିମଳ ପ୍ରସାଦ ପରିଡ଼ା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଦିବଂଗତ ବ୍ରଜ ସୁନ୍ଦରଙ୍କୁ ଜଣେ ଅତି ସରଳ, ଅମାୟିକ, ମିଷ୍ଟଭାଷୀ ଏବଂ ଆଦର୍ଶ ଶିକ୍ଷକ ଭାବରେ ଅଭିହିତ କରିବା ସହିତ ଭାବଗ୍ରାହୀ କଳା ନିକେତନର ଜଣେ ଶୁଭେଚ୍ଛୁ ଏବଂ ଉପଦେଷ୍ଟା ଭାବରେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।।ଅନ୍ୟମାନଙ୍କ ମଧ୍ୟରେ ସରସ୍ୱତୀ ସ୍ୱାଇଁ, ଉର୍ମିଳା ସୂତାର, ରେଣୁ ବାରିକ, ଚୈତନ୍ୟ ରାଉତ୍, ରଶ୍ମିରଞ୍ଜନ ଖୁଂଟିଆ, ଆଦ୍ୟାଶା ଖୁଂଟିଆ, ଅର୍ପିତା ଖୁଂଟିଆ, ସଙ୍ଗୀତା ନାୟକ, ସ୍ୱର୍ଣ୍ଣକାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande