ଭୋପାଳରେ ଶୁକ୍ରବାର ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅକ୍ଟୋବର ୨୩ ତାରିଖ ଶୁକ୍ରବାର ଦିନ ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ-୨୦୨୬ ଆୟୋଜିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶର ସମ୍ଭାବନାକୁ ବିସ୍ତାର କରିବା, ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳକୁ ସୁଦ
मत्स्य विभाग का


ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅକ୍ଟୋବର ୨୩ ତାରିଖ ଶୁକ୍ରବାର ଦିନ ମତ୍ସ୍ୟ ନିବେଶକ ଏବଂ ରପ୍ତାନିକାରୀ ସମ୍ମିଳନୀ-୨୦୨୬ ଆୟୋଜିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶର ସମ୍ଭାବନାକୁ ବିସ୍ତାର କରିବା, ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ମତ୍ସ୍ୟଜୀବୀ ଓ ମାଛଚାଷୀଙ୍କ ଆୟ ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା। ଆଭ୍ୟନ୍ତରୀଣ ମତ୍ସ୍ୟଚାଷକୁ ନିବେଶ, ଆଧୁନିକ ପ୍ରକ୍ରିୟାକରଣ ସୁବିଧା ତଥା ଘରୋଇ ଏବଂ ଆନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ସରକାରଙ୍କ ମତ୍ସ୍ୟ ବିଭାଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟଚାଷ ବିଭାଗର ମିଳିତ ପଦକ୍ଷେପରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ ମାଛ ଉତ୍ପାଦନ ବୃଦ୍ଧି ସହିତ ମାଛର ପ୍ରକ୍ରିୟାକରଣ, ସଂରକ୍ଷଣ, ଶୀତଳ ଯୋଗାଣ ଶୃଙ୍ଖଳ, ପରିବହନ, ମୂଲ୍ୟବୃଦ୍ଧି ଏବଂ ରପ୍ତାନି ବଜାର ପର୍ଯ୍ୟନ୍ତ ପହଂଚକୁ ଉନ୍ନତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଆଭ୍ୟନ୍ତରୀଣ ମତ୍ସ୍ୟଚାଷକୁ କେବଳ ଉତ୍ପାଦନରେ ସୀମିତ ନରଖି ଏକ ସମନ୍ୱିତ ତଥା ବଜାରଭିତିକ ବ୍ୟବସାୟ ଭାବେ ବିକଶିତ କରିବା ପାଇଁ ରଣନୀତି ଉପରେ ଆଲୋଚନା ହେବ।

ଏହି ସମ୍ମିଳନୀରେ ନିବେଶକ, ରପ୍ତାନିକାରୀ, ମତ୍ସ୍ୟଜୀବୀ, ମଧ୍ୟପ୍ରଦେଶର ବିଭିନ୍ନ ଅଂଚଳରୁ ଆସୁଥିବା ୧,୦୦୦ରୁ ଅଧିକ ମାଛଚାଷୀ, ମତ୍ସ୍ୟ ସମବାୟ ସମିତି, ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ (ଏଫ୍ଏଫ୍ପିଓ), ଉଦ୍ୟୋଗୀ, ଷ୍ଟାର୍ଟଅପ୍, ପ୍ରକ୍ରିୟାକରଣକାରୀ, ଆର୍ôଥକ ସଂସ୍ଥା, ଗବେଷଣା ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରମାନେ ଯୋଗଦେବାର ସମ୍ଭାବନା ରହିଛି।

ସମ୍ମିଳନୀରେ ଉଦ୍ୟୋଗ ବିକାଶ, ଆର୍ôଥକ ସହାୟତା ପାଇବାର ସୁବିଧା, ନିବେଶର ସୁଯୋଗ, ବଜାର ସହ ସଂଯୋଗ ଏବଂ ମତ୍ସ୍ୟଚାଷର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳରେ ପାରସ୍ପରିକ ସହଯୋଗ ସମ୍ପର୍କରେ ଆଲୋଚନା ହେବ। ବିଶେଷକରି ଯେଉଁ ଆଭ୍ୟନ୍ତରୀଣ ରାଜ୍ୟଗୁଡ଼ିକରେ ମାଛ ଉତ୍ପାଦନର ଯଥେଷ୍ଟ ସମ୍ଭାବନା ରହିଛି, କିନ୍ତୁ ପ୍ରକ୍ରିୟାକରଣ ଏବଂ ବଜାର ସମ୍ବନ୍ଧୀୟ ସୁବିଧାର ଅଧିକ ବିସ୍ତାର ଆବଶ୍ୟକ, ସେହି ରାଜ୍ୟଗୁଡ଼ିକୁ ନିବେଶ ଓ ରପ୍ତାନିର ମୁଖ୍ୟଧାରା ସହ ଯୋଡ଼ିବା ଉପରେ ଧ୍ୟାନ ଦିଆଯିବ।

ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ହେବ ମଧ୍ୟପ୍ରଦେଶ ମତ୍ସ୍ୟଚାଷ ନିବେଶ ଏବଂ ରପ୍ତାନି ଦିଗ୍ନିର୍ଦ୍ଦେଶ, ୨୦୨୬’ର ଉନ୍ମୋଚନ। କେନ୍ଦ୍ର ସରକାର ମଧ୍ୟପ୍ରଦେଶକୁ ଜଳଭଣ୍ଡାର ମତ୍ସ୍ୟଚାଷ କ୍ଲଷ୍ଟର ଭାବେ ଅଧିସୂଚିତ କରିବା ପରେ ରାଜ୍ୟରେ ମତ୍ସ୍ୟଚାଷଭିତିକ ନିବେଶକୁ ଉତ୍ସାହିତ କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

କାର୍ଯ୍ୟକ୍ରମ ସମୟରେ ଆଭ୍ୟନ୍ତରୀଣ ରାଜ୍ୟଗୁଡ଼ିକର ରପ୍ତାନି କ୍ଷମତାକୁ ସୁଦୃଢ଼ କରିବା ସମ୍ବନ୍ଧୀୟ ମାନକ ପରିଚାଳନା ପ୍ରକ୍ରିୟା (ଏସ୍ଓପି) ମଧ୍ୟ ଉନ୍ମୋଚନ କରାଯିବ। ଏଥିସହ ସମନ୍ୱିତ କେଜ୍ କଲ୍ଚର ବା ଜଳଭଣ୍ଡାରରେ ଜାଲଘେରା ମଧ୍ୟରେ ମାଛଚାଷ ୟୁନିଟ୍ଗୁଡ଼ିକର ଭର୍ଚୁଆଲ୍ ଉଦ୍ଘାଟନ କରାଯିବ। ଆଧୁନିକ ମତ୍ସ୍ୟଚାଷ ପ୍ରଯୁକ୍ତିକୁ ଉତ୍ସାହିତ କରିବା ଏବଂ ଜଳଭଣ୍ଡାରଗୁଡ଼ିକର ଉତ୍ପାଦନ କ୍ଷମତାର ଉନ୍ନତ ଉପଯୋଗ ସୁନିଶ୍ଚିତ କରିବା ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ।

ଏହି ଅବସରରେ କେନ୍ଦ୍ର ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ତଥା ପଂଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ମଧ୍ୟପ୍ରଦେଶର ଜଳଭଣ୍ଡାର ଏବଂ ଅମୃତ ସରୋବରଗୁଡ଼ିକର ସମନ୍ୱିତ ବିକାଶ ପାଇଁ ପ୍ରଶାସନିକ ଅନୁମୋଦନ ପତ୍ର ହସ୍ତାନ୍ତର କରିବେ। ଏହାଦ୍ୱାରା ଜଳସମ୍ପଦର ଉତ୍ପାଦନମୂଳକ ବ୍ୟବହାର, ମତ୍ସ୍ୟଚାଷ କାର୍ଯ୍ୟକଳାପର ସମ୍ପ୍ରସାରଣ ଏବଂ ସ୍ଥାନୀୟ ସ୍ତରରେ ରୋଜଗାର ଓ ଉଦ୍ୟୋଗିତାର ସୁଯୋଗ ବୃଦ୍ଧି ପାଇବା ଆଶା କରାଯାଉଛି।

ଭାରତର ମତ୍ସ୍ୟଚାଷ କ୍ଷେତ୍ର ଖାଦ୍ୟ ସୁରକ୍ଷା, ରୋଜଗାର, ଗ୍ରାମୀଣ ଜୀବିକା ଏବଂ ରପ୍ତାନି ଆୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଦେଶର ମୋଟ ମତ୍ସ୍ୟ ଉତ୍ପାଦନ ୧୯୭.୭୫ ଲକ୍ଷ ଟନ୍ରେ ପହଂଚିଥିଲା। ଏଥିରେ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ଅବଦାନ ୧୫୧.୬୦ ଲକ୍ଷ ଟନ୍ ଥିଲା, ଯାହା ମୋଟ ଉତ୍ପାଦନର ପ୍ରାୟ ତିନି-ଚତୁର୍ଥାଂଶ। ୨୦୨୫-୨୬ ମସିହାରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିର ମୂଲ୍ୟ ୭୩,୮୯୦ କୋଟି ଟଙ୍କା ଥିଲା। ଏହି ତଥ୍ୟଗୁଡ଼ିକ ମତ୍ସ୍ୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି, ଆଧୁନିକ ସଂରକ୍ଷଣ ସୁବିଧାର ବିକାଶ, ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ରପ୍ତାନି ବଜାର ପର୍ଯ୍ୟନ୍ତ ପହଂଚି ବିସ୍ତାର କରିବାର ଆବଶ୍ୟକତାକୁ ସ୍ପଷ୍ଟ କରୁଛି।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ମଧ୍ୟପ୍ରଦେଶ ସମେତ ଅନ୍ୟ ଆଭ୍ୟନ୍ତରୀଣ ରାଜ୍ୟଗୁଡ଼ିକର ମାଛ ଉତ୍ପାଦନକୁ ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି, ପରିବହନ ଓ ଯୋଗାଣ ବ୍ୟବସ୍ଥା ତଥା ଘରୋଇ ଏବଂ ଆନ୍ତର୍ଜାତୀୟ ବଜାର ସହ ଯୋଡ଼ିବା। ଏହାଦ୍ୱାରା ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟି, ଉଦ୍ୟୋଗ ବିକାଶ ଏବଂ ମାଛଚାଷୀଙ୍କ ପାଇଁ ବଜାରରେ ସିଧାସଳଖ ଓ ଉନ୍ନତ ପହଂଚର ସୁଯୋଗ ବୃଦ୍ଧି ପାଇପାରେ।

ଏହି ପଦକ୍ଷେପ ମାଧ୍ୟମରେ ମତ୍ସ୍ୟଚାଷ କ୍ଷେତ୍ରରେ ନୂତନ ଉଦ୍ୟୋଗକୁ ଉତ୍ସାହିତ କରିବା, ରପ୍ତାନି କ୍ଷମତାର ବିକାଶ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାର ଆଶା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉତ୍ପାଦନଠାରୁ ବଜାର ପର୍ଯ୍ୟନ୍ତ ଉନ୍ନତ ସଂଯୋଗ ସ୍ଥାପନ ହେଲେ ମତ୍ସ୍ୟଜୀବୀ ଓ ମାଛଚାଷୀମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବା ସହିତ ଜୀବିକା ଓ ଆୟର ସୁଯୋଗକୁ ସୁଦୃଢ଼ କରିପାରିବେ।

ଏହି ସମ୍ମିଳନୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବଘେଲ ଏବଂ ମଧ୍ୟପ୍ରଦେଶର ମତ୍ସ୍ୟ କଲ୍ୟାଣ ଓ ମତ୍ସ୍ୟ ବିକାଶ ବିଭାଗର ମନ୍ତ୍ରୀ ନାରାୟଣ ସିଂହ ପୱାରଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande