ଗୋରୁ ଗୁହାଳରେ ଅଗ୍ନିକାଣ୍ଡ ଘଟି ୪ଗାଈ ଜୀବନ୍ତ ଦଗ୍ଧ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରସର ପଂଚାୟତ ଅଧୀନ ବଙ୍ଗାଳିଦପା ଗ୍ରାମରେ ବୁଧବାର ରାତିରେ ପ୍ରଦୀପ ଦାସଙ୍କ ଗୋରୁ ଗୁହାଳରେ ଅଗ୍ନିକାଣ୍ଡଘଟି ୪ଗାଈ ଜଳିଯାଇଥିବା ବେଳେ ଗୋଟିଏ ଗାଈ ପୋଡ଼ିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ଉଠି
GUHALA RE AGNIKANDA - 4 COW DEATH


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରସର ପଂଚାୟତ ଅଧୀନ ବଙ୍ଗାଳିଦପା ଗ୍ରାମରେ ବୁଧବାର ରାତିରେ ପ୍ରଦୀପ ଦାସଙ୍କ ଗୋରୁ ଗୁହାଳରେ ଅଗ୍ନିକାଣ୍ଡଘଟି ୪ଗାଈ ଜଳିଯାଇଥିବା ବେଳେ ଗୋଟିଏ ଗାଈ ପୋଡ଼ିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ଉଠି ଚାଳରେ ନିଆଁ ଲାଗିଥିଲା।ଯେଉଁଥିପାଇଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ଖବର ପାଇ ପଂଚାୟତର ସରପଂଚ ଚକ୍ରଧର ଦାସ ଘଟଣାସ୍ଥଳରେ ପହଂଚି ପ୍ରଦୀପଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ ଦିଗରେ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande