ଗରିବ ଭୂମିହୀନଙ୍କୁ ଜମିପଟ୍ଟା ଓ ଘର ପ୍ରଦାନ କରନ୍ତୁ ସରକାର-ନରସିଂହ
ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ର୍ବୋଚ୍ଚ ଅଦାଲତଙ୍କ ଅନୁସାରେ ପ୍ରତ୍ୟେକ ଲୋକଙ୍କ ଜୀବନ ଜିଇଁବାର ଅଧିକାର ଅଛି । ସମ୍ବିଧାନର ଧାରା ୨୧ ଏହି ଅଧିକାର ଲୋକଙ୍କ ପ୍ରଦାନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଗାଁ ଗହଳିରେ ରୋଜଗାର ଅଭାବରୁ ଧିରେ ଧିରେ ଲୋକେ ସହର ମଧ୍ୟକୁ ଆସି ନିଜର ରୋଜଗାର ପାଇଁ
ଗରିବ ଭୂମିହୀନଙ୍କୁ ଜମିପଟ୍ଟା ଓ ଘର ପ୍ରଦାନ କରନ୍ତୁ ସରକାର-ନରସିଂହ


ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ର୍ବୋଚ୍ଚ ଅଦାଲତଙ୍କ ଅନୁସାରେ ପ୍ରତ୍ୟେକ ଲୋକଙ୍କ ଜୀବନ ଜିଇଁବାର ଅଧିକାର ଅଛି । ସମ୍ବିଧାନର ଧାରା ୨୧ ଏହି ଅଧିକାର ଲୋକଙ୍କ ପ୍ରଦାନ କରିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଗାଁ ଗହଳିରେ ରୋଜଗାର ଅଭାବରୁ ଧିରେ ଧିରେ ଲୋକେ ସହର ମଧ୍ୟକୁ ଆସି ନିଜର ରୋଜଗାର ପାଇଁ କୌଣସି ନାଁ କୌଣସି ସରକାରୀ ଜାଗାକୁ ଖଣ୍ଡିଏ ଜବର ଦଖଲ କରି ନିଜ ବାସସ୍ଥାନ କରୁଛନ୍ତି । ଏପରି ଗରିବ ଭୂମିହୀନ ଲୋକଙ୍କୁ ତାଙ୍କର ଜୀବନ ଜିଇଁବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାର ଯେତେ ଶିଘ୍ର ହେବ ମାଗଣାରେ ଜମିପଟ୍ଟା ଓ ମାଗଣା ଘର ପ୍ରଦାନ କରନ୍ତୁ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସରକାରଙ୍କ ଆଗରେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବିଜେଡି ସରକାର ଜମି ଜବରଦଖଲ ଆଇନ ମାଧ୍ୟମରେ ଜବରଦଖଲକାରୀଙ୍କ ପାଇଁ ୭ ବର୍ଷ ଜେଲ ଦଣ୍ଡ ସହ ଜରିମାନାର ବ୍ୟବସ୍ଥା କରିଥିଲେ । ସେ ନିଜେ ବିଧାନସଭାରେ ବିଧାୟକ ଥିବାବେଳେ ଏହି ବିଲ୍ କୁ ତିବ୍ର ବିରୋଧ କରିବା ସହ ଗରିବ ଭୂମିହୀନଙ୍କୁ ଏହି ଆଇନରୁ ବାଦ୍ ଦେବା ପାଇଁ ଦାବି କରିଥିଲେ କିନ୍ତୁ ସେ ସମୟର ସରକାର ତାଙ୍କ ଦାବିକୁ ମାନି ନ ଥିଲେ । ଅବଶ୍ୟ ପରବର୍ତ୍ତି ସମୟରେ ତାଙ୍କ ହସ୍ତକ୍ଷେପ ବଳରେ ଏହି ବିିଲ୍ ଟି ଆଇନରେ ପରିଣତ ନ ହୋଇ ଖାରଜ ହୋଇଯାଇଥିଲା । ବର୍ତ୍ତମାନର ସରକାର ବାରମ୍ବାର ଗଣମାଧ୍ୟମରେ ବକ୍ତବ୍ୟ ରଖୁଛନ୍ତି ଯେ, ବହୁ ଶିଘ୍ର ଭୂମିହୀନ ଗରିବଙ୍କୁ ଜମି ପଟ୍ଟା ଓ ଘର ପ୍ରଦାନ କରାଯିବ । ନୂଆ ସରକାର ହେବା ପାଖାପାଖି ଅଢେଇ ବର୍ଷ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେ ଦିଗରେ କୌଣସି ବି ପଦକ୍ଷେପ ନିଆଯାଇ ନାହିଁ । ଏଣୁ ମୋର ଦୃଢ ଦାବି ରହିବ, କେବଳ ବୟାନବାଜିରେ ସୀମିତ ନରହି ସହରର ମହାରାଣୀ ସାଗର, ଇନ୍ଦିରାନଗର, ଲକ୍ଷ୍ମୀଯୋର ଅଂଚଳ ତଥା ସହର ମଧ୍ୟ ଭାଗରେ ଜବରଦଖଲ କରି ଘର କରିଥିବା ଗରିବ, ଭୂମିହୀନଙ୍କୁ ଜମିପଟ୍ଟା ଓ ଘର ପ୍ରଦାନ ପାଇଁ ସରକାର ତତ୍ପରତା ସହ ପଦକ୍ଷେପ ନିଅନ୍ତୁ । ନଚେତ ଆଗାମୀ ଦିନରେ ସହରରେ ହେଉଥିବା ସମସ୍ତ ଭୂମିହୀନ ଗରିବ ଲୋକେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ଶ୍ରୀ ମିଶ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande