
କେନ୍ଦ୍ରାପଡ଼ା, ୨୨ ଅକ୍ଟୋବର(ହି.ସ.) – ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ମାର୍ଶାଘାଇ ବ୍ଲକ ଅଂଚଳର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରାଯିବା ସହ ମା ଜଗତ ଜନନୀ ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରାଯାଇଛି। ମହାସଂଘର କର୍ମକର୍ତାମାନେ ଏକାଠି ହୋଇ ମଣ୍ଡପଗୁଡ଼ିକରେ ପହଂଚି ମା’ଙ୍କ ଆରାଧନା କରିବା ସହିତ ଭାଇଚାରା ଓ ଏକତାର ବାର୍ତା ବାଂଟିଥିଲେ। ମହାସଂଘର ଏହି ଗସ୍ତ କ୍ରମରେ ପ୍ରଥମେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଲେଜ ଛକସ୍ଥିତ ଦୁର୍ଗାପୂଜା ମଣ୍ଡପରେ ପହଂଚି କର୍ମକର୍ତାମାନେ ଦର୍ଶନ କରିଥିଲେ। ସେଠାରେ ପୂଜା କମିଟି ସଭାପତି ତଥା ମହାସଂଘର ଉପଦେଷ୍ଟା କବି ସ୍ୱାଇଁଙ୍କ ପକ୍ଷରୁ ସଂଘର ସମସ୍ତ କର୍ମକର୍ତାମାନଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ମହାସଂଘର କର୍ମକର୍ତାମାନେ ମାର୍ଶାଘାଇ ବ୍ଲକ ଆଶ୍ରମ ବାଲିକୁଦା ପୂଜାମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଆଶ୍ରମ ବାଲିକୁଦା ପୂଜା ମଣ୍ଡପର ପ୍ରତିଷ୍ଠାତା ସଭାପତି ରାଜେନ୍ଦ୍ର କୁମାର ରାଉତରାୟ ଓ ଗ୍ରାମ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କମିଟି ତରଫରୁ ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା, ନଗର ସଭାପତି ସଂଗ୍ରାମ ଜେନା, ମାର୍ଶାଘାଇ ବ୍ଲକ ସଭାପତି ରଞ୍ଜନ ନାୟକ, ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ପରିଡ଼ା, ବରିଷ୍ଠ ସଦସ୍ୟ ଗୋଲେଖ ଚନ୍ଦ୍ର ପରିଡ଼ା, ସୁଶୀଲ କୁମାର ସାମଲ ଓ ପୀତବାସ ବେହେରାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହିତ ମାର୍ଶାଘାଇ ମା’ ଦୁର୍ଗାଦେବୀଙ୍କ ପୂଜା କମିଟିର କର୍ମକର୍ତା ତଥା ବିଶିଷ୍ଟ ସମାଜସେବୀ ରନେନ୍ଦ୍ର କୁମାର ସ୍ୱାଇଁ, ସଚ୍ଚିଦାନନ୍ଦ ସ୍ୱାଇଁ, ସୁନାକାର ଗାହାଣା, ଧୂନାକିଶୋର ନାୟକ, ନନ୍ଦ କିଶୋର ତୋସାଣିୱାଲା ଓ ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ମହାସଂଘର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ରାଉତ, ଚିତରଞ୍ଜନ ରାଉତରାୟ, କୈଳାଶ ରାଉତ, ତ୍ରିବିକ୍ରମ ପରିଡ଼ା, ରଶ୍ମିରଂଜନ ରାଉତରାୟ, ଶକ୍ତିକାନ୍ତ ରାଉତରାୟ, ରବିନାରାୟଣ ରାଉତରାୟ, ସତ୍ୟବ୍ରତ ରାଉତରାୟ, ଶୁଭେନ୍ଦ୍ର କୁମାର ଦାସ, ଶୈଳେନ୍ଦ୍ର ରାଉତରାୟ, ମଦନ ରାଉତରାୟ, ବିଜୟ ରାଉତ, ଦୋଳଗୋବିନ୍ଦ ନାୟକ, ଅଜୟ ରାଉତ, ରାହୁଲ, ସ୍ମୃତିରଞ୍ଜନ, ଅମରେନ୍ଦ୍ର, ପ୍ରଦ୍ୟୁମ୍ନ, ସୁନୀଲ, ରାକେଶ, ରୋହନ ଏବଂ ଆଲୋକଙ୍କ ସମେତ ଶତାଧିକ ଖଣ୍ଡାୟତ ଭ୍ରାତା ଉପସ୍ଥିତ ରହି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଏହି ବ୍ଲକ ଅନ୍ତର୍ଗତ କୁସୁନପୁର ଗ୍ରାମ ପବିତ୍ର ଆଖଣ୍ଡଳମଣି ମନ୍ଦିର ପରିସରରେ ମହାସଂଘ ପକ୍ଷରୁ ଖଣ୍ଡାପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ପ୍ରଶାସକ ପର୍ଶୁରାମ ନାୟକ, ସତ୍ୟନାରାୟଣ ନାୟକ, ସୁଶାନ୍ତ ନାୟକ, ନିରଞ୍ଜନ ଦାସ, କମଳାକାନ୍ତ ସାହୁ, ହିମାଂଶୁ ନାୟକ, ଦୀପକ ନାୟକ, ବିଶ୍ୱନାଥ ନାୟକ, ପାର୍ଥସାରଥୀ ସାହୁ, ରତ୍ନାକର ସାହୁ, ଅଧୀର ସାହୁ, ମଦନମୋହନ ସାହୁ, ଶ୍ରୀ ବଲ୍ଲଭ ନାୟକ, ସନ୍ତୋଷ ନାୟକ, ଦୁସ୍ମନ୍ତ ନାୟକ, ଉମେଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି