
ଭୁବନେଶ୍ୱର , ୨୨ ଅକ୍ଟୋବର (ହି.ସ.)- ତ୍ରିଧାରାଦ୍ୱାରା ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗସହଯୋଗରେ ଆୟୋଜିତ ୨୦ତମ ଗୁରୁ ଦେବପ୍ରସାଦ ସମ୍ମାନ ଉତ୍ସବ ୨୦୨୬ ଗୁରୁବାର ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।
ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଭୁବନେଶ୍ୱରର ତ୍ରିଧାରାର କଳାକାରମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ “ରାଧା ପ୍ରେମ ଲୀଳା” । ଏହି ନୃତ୍ୟକୁ ଅଧିକ ସୁନ୍ଦର, ଆକର୍ଷଣୀୟ ଏବଂ ଅର୍ଥପୂର୍ଣ୍ଣ କରିବା ପାଇଁ, ଏଥିରେ ଶରୀରର ପ୍ରତ୍ୟେକ ଗତିଭଙ୍ଗୀ ଓ ଅଙ୍ଗଭଙ୍ଗୀକୁ ମୌଳିକ ଭାବନାତ୍ମକ ପଦକ୍ଷେପ, ତାଳବଦ୍ଧ ଢାଞ୍ଚା ଏବଂ ପାଦଚାଳନା ସହିତ ସୁସଂଯୋଜିତ କରାଯାଇଛି। ଏହି ନୃତ୍ୟାବଳୀର କଳାତ୍ମକ ନିର୍ଦ୍ଦେଶନା ଓ ନୃତ୍ୟ ସଂଯୋଜନା ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା କରିଥିବା ବେଳେ, ଏଥିରେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ଶ୍ରୀମତୀ ସଙ୍ଗୀତା ପଣ୍ଡା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ। ଏହା ପରେ ବିଶିଷ୍ଟ ମୃଦଙ୍ଗମ୍ ବାଦକ ପଦ୍ମଶ୍ରୀ ୟେଲ୍ଲା ଭେଙ୍କଟେଶ ରାଓଙ୍କ ଦ୍ୱାରା ଏକକ ମୃଦଙ୍ଗମ୍ ବାଦନ ପରିବେଷିତ ହୋଇଥିଲା । ତାଙ୍କ ଉପସ୍ଥାପନାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ତାଳ ସମୃଦ୍ଧି ଏବଂ ପାରମ୍ପରିକ ଐତିହ୍ୟ ପ୍ରଦର୍ଶିତ ହୋଇଥିଲା । ତାଙ୍କ ବାଦ୍ୟର ଜଟିଳ ତାଳ ଢାଞ୍ଚା, ବୈଷୟିକ ଚମତ୍କାରତା ଏବଂ ଆତ୍ମାପୂର୍ଣ୍ଣ ଉପସ୍ଥାପନା ସହିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା, ଯାହା କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଦିଗ ଯୋଡିଥିଲା।
ଉଦ୍ଘାୱଟନୀ ଉତ୍ସବର ଅତିଥିମାନେ ଥିଲେ ଯାଜପୁରର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା; ଓଡ଼ିଶା ସରକାରଙ୍କ ରାଜସ୍ୱ ପରିଷଦର ପୂର୍ବତନ ସଦସ୍ୟ ଅଶୋକ କୁମାର ତ୍ରିପାଠୀ;ମୁଖ୍ୟ ଆୟକର କମିଶନର ପ୍ରଫୁଲ୍ଲ କୁମାର ଦାସ; ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ୱାଳ; ହିନ୍ଦୁସ୍ତାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟିର ପ୍ରତିଷ୍ଠାତା ପଣ୍ଡିତ ପ୍ରସନ୍ନଜିତ ପୋଦ୍ଦାର;ପ୍ରସାର ଭାରତୀର ପୂର୍ବତନ ମୁଖ୍ୟ କାର୍ଯ୍ୟନିବାହୀସୁରେଶ ଚନ୍ଦ୍ର ପଣ୍ଡା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକାଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ;ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା ।
ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରାର ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପରିବେଷିତ କାର୍ଯ୍ୟକ୍ରମ ମାଧ୍ୟମରେ, ଏହି ଉତ୍ସବ କଳା ଓ ସଂସ୍କୃତି ଅନୁରାଗୀମାନଙ୍କୁ ଏକ ସମୃଦ୍ଧ ଅନୁଭୂତି ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ।
................
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା