

ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ବିଜୟା ଦଶମୀ ଓ ଲଖବିନ୍ଧା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପାଟଣାରାଜ୍ୟ ସମୟରୁ ଚାଲି ଆସିଥିବା ପରଂପରା ଆଜି ବି ଉଜ୍ଜିବିତ ହୋଇ ରହିଛି । ମା ପାଟଣେଶ୍ୱରୀ, ମା ସମଲେଶ୍ୱରୀ, ମା ଦଶମତି ଓ ପାଟଖଣ୍ଡା ଦେବିି ରାଜପରିବାର କୂଳଦେବୀ ହିସାବରେ ଶୈଳେଶ୍ରୀ ପ୍ୟାଲେସରେ ପୂଜା ପାଉଛନ୍ତି ।
ଦଶହରା ସମୟରେ ରାଜ ପରିବାର ବିଭିନ୍ନ ଉତ୍ସବ ଶୁଭ କାର୍ଯ୍ୟ ଦଶହରାରୁ ଅନୁକୂଳ କରନ୍ତି । ବଲାଙ୍ଗିର ସହର ମଧ୍ୟରେ ପୂର୍ବରୁ ଲାଖବିନ୍ଧା କାର୍ଯ୍ୟକ୍ରମ ଚାଲି ଆସୁଥିଲା ଯାହାକି ସୁଦପଡା ଏବଂ ତୁଳସିନଗର ଠାରେ ଆୟୋଜିତ ହେଉଥିଲା ଲାଖବିନ୍ଧା କାର୍ଯ୍ୟକ୍ରମ । ପଟୁଆଳ ସହିତ ଛତର ବୈରବ ଧରି ଶୈଳେଶ୍ରୀରୁ ବାହାରି ଲାଖବିନ୍ଧୁ ଥିଲେ । ଏହି ପରଂପରା ଜୀବିତ ଅଛି ଶୈଳଶ୍ରୀ ପ୍ୟାଲେସରେ । ପାଟଖଣ୍ଡକୁ ମନ୍ଦିରରୁ ବାହାରି ନିଳକଣ୍ଠ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଲାଖବିନ୍ଧି ଥାନ୍ତି । ରାଜପୁରୋହିତ ସନ୍ତୋଷ କୁମାର ଦାଶ ନଡିଆକୁ ଭେଦ କରି ଲାଖ ବିନ୍ଧି ଥିଲେ ଏବଂ ପରଂପରାକୁ ଆଜିବି ବଂଚି ରହିଛି ।
ଏହି ଉତ୍ସବରେ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, କବିରାଜ ଭୋଇ, ଜୟ କୁମାର ଆଚାର୍ଯ୍ୟ ସମେତ ଆଖ ପାଖ ଅଂଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ