
ଭୋପାଳ, ୨୨ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗୁରୁବାର ମୁମ୍ବାଇ ଗସ୍ତ ସମୟରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା ଏବଂ ତାଙ୍କ ପୁଅ ଆର୍ଯ୍ୟମନ ବିକ୍ରମ ବିର୍ଲାଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡକ୍ଟର ଯାଦବ ସେମାନଙ୍କୁ ଆସନ୍ତା ବର୍ଷ ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ୍ ଇନଭେଷ୍ଟର୍ସ ସମିଟ୍ (ଜିଆଇଏସ୍)ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କୁମାର ମଙ୍ଗଳମ୍ ବିର୍ଲାଙ୍କୁ ମଧ୍ୟପ୍ରଦେଶରେ ଶିଳ୍ପ ନିବେଶର ବ୍ୟାପକ ସମ୍ଭାବନା ବିଷୟରେ ଅବଗତ କରାଇଥିଲେ। ରାଜ୍ୟରେ ଶିଳ୍ପ ବିକାଶକୁ ଗତିଶୀଳ କରିବା, ନିବେଶକୁ ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର କରୁଥିବା ପ୍ରୟାସ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।
କୁମାର ମଙ୍ଗଳମ୍ ବିର୍ଲା ମଧ୍ୟପ୍ରଦେଶରେ ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସର ପ୍ରଶଂସା କରିଥିଲେ।
---------------
--------
ହିନ୍ଦୁସ୍ଥାନ ସମାଚାର / ଗଗନ