
ବଲାଙ୍ଗୀର, ୨୨ ଅକ୍ଟୋବର(ହି.ସ.) – ଲୋଇସିଂହା ବ୍ଳକ ହିରାପୁର ଗ୍ରାମ ପଂଚାୟତର ଏକମାତ୍ର ୨ ୱାର୍ଡ ବିଶିଷ୍ଠ ଗ୍ରାମ ମାଣ୍ଡିଆ ପଦର ଗ୍ରାମର ବିକାଶ ଉପରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ସରାକାରଙ୍କ କୋଟି କୋଟି ଟଙ୍କାର ଅନୁଦାନର ସୂଅ ଛୁଟିବା ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାୟ ୪/୫ କିମି ପରିଧି ମଧ୍ୟରେ ଅନ୍ୟ କୌଣସି ଜନ ବସତି ନଥିବା ଏହି ଛୋଟ ଗ୍ରାମ ଉପରେ ଭେଉଁଭଳି ଭାବରେ ଅର୍ଥ ଯୋଗାଣ ଚାଲିଛି ତାହା ପ୍ରକୃତରେ ଅଂଚଳବାସୀଙ୍କ ବ୍ୟବହାରକୁ ନଆସି କେବଳ ଠିକାଦାର ପୋଷା ନୀତିରେ ପ୍ରକଳ୍ପ ମଞ୍ଜୁର ହେଉଛି ବୋଲି ଲୋକେ ଅଷନ୍ତୋଷ ପ୍ରକାଶ କରୁଛନ୍ତି । ସୂଚନା ଅନୁଯାୟୀ, ଏଠାରେ ବଂଶୀଦର ପାର୍କ ନିର୍ମାଣ, ପାଚେରୀ, ହନୁମାନ ବାଟିକା, ଜିମ ଓ ଖେଳ ସାମଗ୍ରୀ ବାବଦକୁ ୩ ଯୋଜନାରେ ୩୫ ଲକ୍ଷ ଟଙ୍କାରେ କାମ ଚାଳିଛି । ପୁରି ଉକ୍ତ ପାର୍କ ର ବିକାଶ ପାଇଁ ୬ ଟି ପ୍ରକଳ୍ପ ନାମରେ ୭୯ ଲକ୍ଷର ଅନୁଦାନ ପାଇଁ ବିଡିଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପତ୍ର ନମ୍ବର ୧୭୫(୨୯.୧.୨୬) ଜରିଆରେ ଅନୁରୋଧ କରିଛନ୍ତି । ଏଠାରେ କଲ୍ୟାଳଣ ମଣ୍ଡପ ପାଇଁ ୪ ପର୍ଯ୍ୟାୟରେ ୮୫ ଲକ୍ଷ ଟଙ୍କା କାମ ଯୋଗାଇ ଦେଇଥିବା ବେଳେ ଖେଳ ପଡିଆର ବିକାଶ ଆନୁସଂଗୀକ ସାମଗ୍ରୀ ପାଇଁ ୨୦ ଲକ୍ଷ ଯୋଗାଇ ଦିଆଯାଇଥିବା ବେଳେ ଖେଳ ସାମଗ୍ରୀ ଓ ବିକାଶ ପାଇଁ ପୁଣି ୬୦ ଲକ୍ଷର ଅନୁଦାନ ପାଇଁ ବିଡିଓ ଭୂବନେଶ୍ୱର ସ୍ଥିତ ରାଜ୍ୟ ବେଭରଏଜ କର୍ପୋରେସନର ପରିଚାଳକ ଙ୍କୁ ପତ୍ର ଦେଇଥିବା ସୂଚନା ମଳିଛି । ଗତ କିଛିମାସ ତଳେ ସାମାନ୍ୟ ବର୍ଷାରେ ପାର୍କର ବାଡ ଭାଙ୍ଗିଥିବା ଓ ସଂଗେ ସଂଗେ ମରାମତି କରାଯିବା ଯୋଗୁଁ ଏଠାରେ କାମ ର ମାନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଅନ୍ୟ କୌଣସି ଅଞ୍ଚଳର ବିକାଶ ଉପରେ ଧ୍ୟାନ ଦିଆଯାଉ ନ ଥିବା ବେଳେ ଏହି ୨ ୱାର୍ଡ ବିଶିଷ୍ଟ ଗ୍ରାମ ଉପରେ ଏତେ ଉଦାରତା କାହିଁକି ଓ ଏହା ପ୍ରକୃତ ରେ ଜନ ସାଧାରଣ ଙ୍କ କାର୍ଯ ରେ ରାଗି ପାରିବ କି ବୋଲି ମଣରେ ଉରଜ ରେ ଦଳ ବିରିହ ଅକ୍ଷମ ମାଣି ଘର ଦୀର୍ଘ ପକ୍ଷୀଲୀମା ମଲାଣ କରିଛନ୍ତି।
ବିକାଶ ଉପରେ ଧ୍ୟାନ ଦିଆଯାଉ ନ ଥିବା ବେଳେ ଏହି ୨ ୱାର୍ଡ ବିଶିଷ୍ଟ ଗ୍ରାମ ଉପରେ ଏତେ ଉଦାରତା କାହିଁକି ଓ ଏହା ପ୍ରକୃତରେ ଜନ ସାଧାରଣ ଙ୍କ ବ୍ୟବହାର ରେ ଲାଗିପାରିବ କି ବୋଲି ପ୍ରଶ୍ନରେ ଉତରରେ ବ୍ଳକ ବିଡିଓ ଅକ୍ଷୟ ପାଣି ଉଡୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ ସିଧାସଳଖ କହିଛନ୍ତି ଯେ, ସେ ଯାହାବି ହେଉ ଏହା ମୁଖ୍ୟ ମନ୍ତ୍ରୀଙ୍କ ଅନୁଦାନ ପାଣ୍ଠିରୁ ଆସୁଛି । କୌଣସି ଠିକାଦାର କିମ୍ବା ଅଧିକାରୀଙ୍କ ନାମ ନନେଇ ସେମାନେ ଅନୁଦାନ ମଞ୍ଜୁର କରି ଟଙ୍କା ଆଣୁଛନ୍ତି ଓ କାମ କରୁଛିନ୍ତି । ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ଜିଲ୍ଲାପାଳ ସମେତ ବରିଷ୍ଠ ଅଧିକାରୀମାନେ ନୀରବ ରହି ଉତ୍ସାହିତ। କରୁଥିବା ବେଳେ ବିଡିଓ ଜଣେ କଣ କରିପାରିବ ବୋଲି ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ଗତ ପ୍ରାୟ ୧୦ ମାସ ହେଲା ଲୋଇସିଂହା ଏନଏସି ହେବା ପରେ ଆବାସ ଯୋଜନା ବନ୍ଦ ହେବା ନିୟମ ରହିଥିଲେ ହେଁ ପନେସରା ଗ୍ରାମର ୨ ଜଣ ମହିଳାଙ୍କୁ ଆବାସ ଯୋଜନାରେ ଗତ ୧୬.୬.୨୬ କାର୍ଯ୍ୟାଦେଶ ପ୍ରଦାନ ସଂପର୍କରେ ଏହା ମୋର କ୍ଷମତାରେ ଅଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଲୋଇସିଂହାରେ କଲ୍ୟାଣ ମଣ୍ଡପ ପାଇଁ ଗତ ଫେବୃୟାରୀ ମାସରୁ ଆସିଥିବା ୬୦ ଲକ୍ଷ ଅନୁଦାନ ଖର୍କପାଇଁ ଟେଣ୍ଡର ନହେବା ଏବଂ ନିର୍ବାଚନ ଆଚରଣ ବିଧି ଉଲଂଘନ କରି ଲୋଇସିଂହା କଲେଜରେ ପଙ୍ଖା ଲଗାଯିବ ସଂପର୍କରେ ସ୍ଥାନୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କୁ ଅବମାନନା କରାଯିବ କି ବୋଲି ପ୍ରଶ୍ନ କରିଛନ୍ତି ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ