
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)- ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୟୁଏମଆଇ) ସମ୍ମିଳନୀ-ତଥା-ପ୍ରଦର୍ଶନୀ ଏବଂ ଅର୍ବାନ୍ ନ୍ୟାସନାଲ୍ କନ୍କ୍ଲେଭ୍ ୨୦୨୬ ପୂର୍ବରୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମେୟର ସୁଲୋଚନା ଦାସ।
ଗୁରୁବାର ମେୟର ଶ୍ରୀମତୀ ଦାସ ମେଫେୟାର ସାଙ୍କ୍ଚୁଆରୀ ପରିସର ପରିଦର୍ଶନ କରି ସେଠାରେ ଚାଲିଥିବା ସ୍ୱଚ୍ଛତା କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବିଏମ୍ସିର ଡେପୁଟି କମିଶନର, ଆସିଷ୍ଟାଂଟ କମିଶନରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା