ଜାତୀୟ ଲନ୍ ବଲ୍ ଚାମ୍ପିଅନସିପ୍ ଲାଗି ଓଡ଼ିଶା ଦଳ ଘୋଷିତ
ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ବଲାଙ୍ଗିରରର ଆର୍ ଏଚ୍ ସିଂଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ''ବୋଲିଂ ଗ୍ରୀନ୍ସ କୋର୍ଟରେ ଚଳିତ ଅକ୍ଟୋବର ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ୨୫ ବର୍ଷରୁ କମ୍ ଲନ୍ ବଲ୍ ପ୍ରତିଯୋଗିତା ଲାଗି ଗୁରୁବାର
ଜାତୀୟ ଲନ୍ ବଲ୍ ଟାମ୍ପିଅନସିପ୍ ଲାଗି ଓଡ଼ିଶା ଦଳ ଘୋଷିତ


ଜାତୀୟ ଲନ୍ ବଲ୍ ଟାମ୍ପିଅନସିପ୍ ଲାଗି ଓଡ଼ିଶା ଦଳ ଘୋଷିତ


ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ବଲାଙ୍ଗିରରର ଆର୍ ଏଚ୍ ସିଂଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ 'ବୋଲିଂ ଗ୍ରୀନ୍ସ କୋର୍ଟରେ ଚଳିତ ଅକ୍ଟୋବର ମାସ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ୨୫ ବର୍ଷରୁ କମ୍ ଲନ୍ ବଲ୍ ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ ଘୋଷିତ ହୋଇଛି। ରାଜ୍ୟରେ ପ୍ରଥମ ଥର ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ଦୁଇଟି ବଳ ଅଂଶ ଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ଉଭୟ ଦଳରେ ୮ ଜଣ ଲେଖାଏଁ ଖେଳାଳି ଏବଂ ଦୁଇଜଣ ଲେଖାଏଁ ଅଧିକାରୀ ରହିଛନ୍ତି I ଓଡ଼ିଶା-ଏ' ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅଂଶୁମାନ ବାଗ, ସିଦ୍ଧାର୍ଥ ଆର୍ଯ୍ୟନ ସାହୁ, ରାଜେଶ୍ଵରୀ ସେଠ, ପଦ୍ମାସିନୀ ପୁଟେଲ, ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ, କରୁଣାକର ବାସ, ରୋଶନୀ ସାହୁ ଓ ମନୀଷା ରାଉଚ। ଏହି ୮ ଜଣ ଖେଳାଳିଙ୍କ ମଧ୍ୟରୁ ଅଂଶୁମାନ, ସିଦ୍ଧାର୍ଥ, ରାଜେଶ୍ବରୀ ଓ ପଦ୍ମସିନୀ ୨୫ ବର୍ଷରୁ କମ୍ ବର୍ଗରେ ପ୍ରତିଦ୍ୱନ୍ଦିତା କରିବେ । ଅନ୍ୟ ୪ଜଣ ୧୮ବର୍ଷରୁ କମ୍ ବର୍ଗରେ ଖେଳିବେ। କୈଳାଶ ମାଝୀ ଓ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପ୍ରବନ୍ଧକ ଦାୟିତ୍ବରେ ରହିବେ । ଖେଳାଳିମାନେ ଏକକ ସହ ମିଶ୍ରିତ ବର୍ଗରେ ପ୍ରତିଦ୍ବନ୍ଦିତା କରି ରାଜ୍ୟ ପାଇଁ ପଦକ ଜିତିବାକୁ ପ୍ରୟାସ କରିବେ ।

ସେହିଭଳି ଓଡ଼ିଶା-ବି ଦଳରେ ସ୍ଥାନ ପାଇଥିବା ଖେଳାଳି ମାନଙ୍କ ମଧ୍ୟରୁ ସୁଭ୍ରାଂଶୁ ଡାଙ୍ଗ, ଉମାଶଙ୍କର ପଟେଲ, ସୀମା ମୁଣ୍ଡା ଓ ଝାନ୍ସୀରାଣୀ ସୁନା ୨୫ ବର୍ଷରୁ କମ୍ ଏବଂ ଜୟଶଙ୍କର ପଟେଲ, ସନ୍ଦୀପ କୁମାର ସାହାଣୀ, ଶିଖା ପୋଢ଼ ଓ ରଶ୍ମି ଦଣ୍ଡସେନା ପ୍ରମୁଖ ୧୮ ବର୍ଷରୁ କମ୍ ଏକକ ଓ ମିଶ୍ରିଚ ବର୍ଗରେ ଖେଳିବେ। ଲଲିତ ଶର୍ମା ଓ ନରସିଂହ ରଣା ଏହି ଦଳର ପ୍ରବନ୍ଧକ ଦାୟିତ୍ଵ ଚୁଲାଇବେ । ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ରାଜ୍ୟ ବୋଲିଂ ସଂଘର ସଭାପତି ଅନଙ୍ଗ ଉଦୟ ସିଂଦେଓ ଏବଂ ସାଧାରଣ ସଂପାଦକ ସୁମିତ ରଞ୍ଜନ ପୁରୋହିତ ଶୁଭକାମନା ଜ୍ଞାପନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande