
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)- ଯୁବ ଧାବକ ମୃତ୍ୟମ ଜୟରାମ ଦଣ୍ଡପତି ଓ ମଳୟ ବାରିକଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ଏକ ଶୋକ ବାର୍ତାରେ ସେ କହିଛନ୍ତି ପ୍ରତିଭାବାନ ଯୁବ ଧାବକ ମୃତ୍ୟମ ଜୟରାମ ଦଣ୍ଡପତି ଓ ମଳୟ ବାରିକଙ୍କର ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ହେବା ଖବର ଦୁଃଖଦାୟକ। କ୍ରୀଡ଼ା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା