


ଧର୍ମଶାଳା, ୨୨ ଅକ୍ଟୋବର (ହି.ସ.)- ଯାଜପୁର ସଦର ଥାନା ଅଂଚଳରେ ଅଭାବନୀୟ ଘଟଣା । ଦୁର୍ଗାପୂଜା ଭସାଣୀ ଉତ୍ସବ ଦେଖିବାକୁ ଯିବା ହେଲା କାଳ । ଭସାଣି ଦେଖି ଘରକୁ ଫେରିବା ବେଳେ ଘଟିଲା ଅଘଟଣ । ଡ଼ଙ୍ଗା ବୁଡି ୨ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ନିଖୋଜ ହୋଇଥିବା ବ୍ୟକ୍ତି ମାନେ ଶୁଭଙ୍କର ଦଳାଇ, ମଣିଆ ଦଳାଇ ।
ଡ଼ଅଁରକୂଳକୁ ଦୁର୍ଗାପୂଜା ଭସାଣି ଦେଖିବାକୁ ଗତକାଲି ମହମ୍ମଦଜମାଲପୁରରୁ ବୁଲିବାକୁ ଯାଇଥିଲେ । ଆଜି ସକାଳ ପ୍ରାୟ ୮ଟା ସମୟରେ ତନ୍ତୀଘାଇ ନଦୀ ଦଉରୀବନ୍ଧା ଘାଟରେ ନଦୀ ପାର୍ ହେବା ସମୟରେ ଘଟିଛି ଏହି ଅଘଟଣ । ନଦୀ ପାର୍ ହେଉଥିବା ବେଳେ ଏହି ମାଛ ଧରା ଡ଼ଙ୍ଗାଟି ବୁଡିଯାଇଥିଲା । ଡ଼ଙ୍ଗାରେ ୪ ଜଣ ସବାର ଥିଲେ । ଖବର ପାଇ ହେମଲତା ଦଳାଇ ତାଙ୍କ ଝିଅ ଭାମା ଦଳାଇଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ମେଡିକାଲ ନେଇଥିବା ବେଳେ ଏବେ ବି ଅନ୍ୟ ୨ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ