ପାଣିରେ ବୁଡି ଜେଜେ ଓ ନାତି ମୃତ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ନାତି। ନାତି କୁ ଉଦ୍ଧାର କରିବାକୁ ଯାଇ ଜେଜେ ମଧ୍ୟ ପୋଖରୀରେ ବୁଡି ଯାଇ ମୃତ୍ୟୁ ବରଣ କଲେ। ଏମିତି ଦୁଖଦଃ ଓ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ବ୍ରହ୍ମପୁର ପଂଚାୟତର ମାଳିଅରୁଆଁ ଗ୍ରାମରେ। ଏହି ଗାଁର
PANIRE BUDI JEJE & NATI DEATH


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ଖେଳୁଥିବା ବେଳେ ପୋଖରୀରେ ବୁଡି ଗଲେ ନାତି। ନାତି କୁ ଉଦ୍ଧାର କରିବାକୁ ଯାଇ ଜେଜେ ମଧ୍ୟ ପୋଖରୀରେ ବୁଡି ଯାଇ ମୃତ୍ୟୁ ବରଣ କଲେ। ଏମିତି ଦୁଖଦଃ ଓ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ବ୍ରହ୍ମପୁର ପଂଚାୟତର ମାଳିଅରୁଆଁ ଗ୍ରାମରେ। ଏହି ଗାଁର ସାଇ ଶୁଭମ ବାରିକ ନାମକ ଜଣେ ୫ ବର୍ଷର ଶିଶୁ ଖେଳୁ ଖେଳୁ ପୋଖରୀ କୂଳକୁ ଚାଲି ଯାଇଥିଲେ। ଅସାବଧାନତା ବଶତଃ ସେ ପୋଖରୀରେ ବୁଡି ଯାଇଥିଲେ। ତେବେ ନାତି ବୁଡି ଯାଉଥିବା ଦେଖି ଜେଜେ ଦୟାନିଧି ବାରିକ ପୋଖରୀ ଭିତରକୁ ପଶିଯାଇଥିବା ବେଳେ, ସେ ପହଁରା ଜାଣିନଥିବା ଯୋଗୁଁ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ପୋଖରୀ ଭିତରୁ ମାଛଧରା ଜାଲୁଆଙ୍କ ଦ୍ୱାରା ଉଭୟ ଙ୍କୁ ଉଦ୍ଧାର କରି ଦମକଳ ମାଧ୍ୟମରେ ଭଦ୍ରକ ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ଜେଜେ ଓ ନାତିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଖବର ପାଇ ସାବରଙ୍ଗ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

-------------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande