ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଟସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହାଇଦ୍ରାବାଦ ହାଉସରେ ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କୁ ଭେଟିଛନ୍ତି। ଏହି ଗସ୍ତ ସମୟରେ ସେ ଭାରତ-ପୋଲାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ସମୀକ୍ଷା କରିବେ। ଏହାପୂର୍ବରୁ, ଡୋନାଲ୍ଡ ଟସ୍କ ରାଜ
प्रधानमंत्री मोदी पोलैंड के प्रधानमंत्री डोनाल्ड टस्क से मुलाकात करते हुए।


ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ହାଇଦ୍ରାବାଦ ହାଉସରେ ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଡୋନାଲ୍ଡ ଟସ୍କଙ୍କୁ ଭେଟିଛନ୍ତି। ଏହି ଗସ୍ତ ସମୟରେ ସେ ଭାରତ-ପୋଲାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ସମୀକ୍ଷା କରିବେ।

ଏହାପୂର୍ବରୁ, ଡୋନାଲ୍ଡ ଟସ୍କ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଏବଂ ଅହିଂସାର ଆଦର୍ଶ ଆଜି ମଧ୍ୟ ବିଶ୍ୱକୁ ଅନୁପ୍ରାଣିତ କରୁଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଏବଂ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ନୂତନ ସୁଯୋଗ ଖୋଲିବା ଉପରେ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଟସ୍କ୍ ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ତାଙ୍କୁ ସ୍ୱାଗତ କରିଥିଲେ। ବୈଠକ ପରେ ଜୟଶଙ୍କର ଏକ୍ସରେ ଲେଖିଥିଲେ, ଅନେକ କ୍ଷେତ୍ରରେ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବା ଉପରେ ଟସ୍କଙ୍କ ମତାମତ ଶୁଣି ଖୁସି ଲାଗିଲା

ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଏହା ହେଉଛି ଟସ୍କ୍ଙ୍କର ଦ୍ୱିତୀୟ ଭାରତ ଗସ୍ତ। ଏହା ପୂର୍ବରୁ ସେ ତାଙ୍କ ପୂର୍ବ କାର୍ଯ୍ୟକାଳରେ ୨୦୧୦ ରେ ଭାରତ ଗସ୍ତ କରିଥିଲେ। ସେ ମଧ୍ୟ ୨୦୧୭ରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଭାବେ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯାତ୍ରା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande