ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଶବ ରଖି ଧାରଣା
ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ମୃତ ମହିଳା ଜଣକ ହେଲେ କଣ୍ଟାବାଞ୍ଜି ସହର ଆଶ୍ରମ ପଡାର ମଞ୍ଜୁଲତା ବେହେରା। ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଡାକ
ଚିକିତ୍ସା ଅବହେଳାରୁ ପ୍ରସୂତି ଙ୍କ ମୃତ୍ୟୁ ବଲାଙ୍ଗିର ମୁଖ୍ୟ ଚିକିତ୍ସା ଲୟ ରେ ଶବ ରଖି ଧାରଣା


ଚିକିତ୍ସା ଅବହେଳାରୁ ପ୍ରସୂତି ଙ୍କ ମୃତ୍ୟୁ ବଲାଙ୍ଗିର ମୁଖ୍ୟ ଚିକିତ୍ସା ଲୟ ରେ ଶବ ରଖି ଧାରଣା


ଚିକିତ୍ସା ଅବହେଳାରୁ ପ୍ରସୂତି ଙ୍କ ମୃତ୍ୟୁ ବଲାଙ୍ଗିର ମୁଖ୍ୟ ଚିକିତ୍ସା ଲୟ ରେ ଶବ ରଖି ଧାରଣା


ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ମୃତ ମହିଳା ଜଣକ ହେଲେ କଣ୍ଟାବାଞ୍ଜି ସହର ଆଶ୍ରମ ପଡାର ମଞ୍ଜୁଲତା ବେହେରା। ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଡାକ୍ତର ଓ ନର୍ସଙ୍କ ଘୋର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଗତ ତିନିଦିନ ତଳେ ମଞ୍ଜୁଲତାଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗର୍ଭାବସ୍ଥାରେ ଶିଶୁର ମୃତ୍ୟୁ ହେବାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରିଥିଲେ। ହେଲେ ବଲାଙ୍ଗିର ଆସିବା ପରେ ତାଙ୍କୁ ଯେଉଁଭଳି ଭାବରେ ଚିକିତ୍ସା ଦିଆଯିବା କଥା ତାହା ଦିଆଗଲା ନାହିଁ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନର୍ସ ମାନେ ଟଙ୍କା ଲାଞ୍ଚ ମାଗିଛନ୍ତି, ଏପରିକି ହସ୍ପିଟାଲ୍ ରେ ଥିବା ସୁରକ୍ଷା କର୍ମୀମାନେ ପରିବାର ଲୋକଙ୍କ କଲର ଧରି ତାଙ୍କୁ ଭିତରୁ ବାହାରକୁ କାଢି ଦେଇଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ହସ୍ପିଟାଲ୍ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଶବକୁ ବାହାରେ ରଖି ନ୍ୟାୟ ଦାବି କରିଥିଲେ। ଖବର ପାଇ ବଲାଙ୍ଗିର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରୁଛି । ପରିବାର ପକ୍ଷରୁ ମେଡିକାଲ କର୍ମଚାରୀ, ନର୍ସ, ସିକ୍ୟୁରିଟି କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ କାର୍ଯ୍ୟ।ନୁଷ୍ଠାନ ଦାବୀ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande