
ଗଞ୍ଜାମ, ୨୨ ଅକ୍ଟୋବର (ହି.ସ.)- କେ ନୂଆଗାଁ ଥାନା ପୋଲିସ ଟିକରାପଡା ଗାଁରେ ଜୁଆ ଚାଲିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ସେଠାରେ ଚଢଉ କରିଥିଲା। ପୋଲିସକୁ ଦେଖି ଜୁଆଡି ଦୌଡିବାକୁ ଚେଷ୍ଟା କଲେ, ୯ଜଣ ଧରା ପଡିଲେ। ଏ ସଂକ୍ରାନ୍ତରେ ଥାନାରେ ୨୪୦/୨୬ ରେ ଏକ ମାମଲା ରୁଜ୍ଜୁ ହୋଇଛି। ସେମାନଙ୍କ ଠାରୁ ୧ ଲକ୍ଷ ୫୫ ହଜାର ୬୦ ଟଙ୍କା ନଗଦ ଜବତ ହୋଇଛି। ଏହା ବ୍ଯତୀତ ୬ ପ୍ୟାକେଟ ତାସ, ୬ ମୋବାଇଲ, ଟର୍ଚ୍ଚ ଓ ତାରପାଲିନ ଜବତ ହୋଇଛି। ୯ ଜଣଙ୍କୁ ଅଟକ ରଖି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛିପୁଲିସ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ