ସମ୍ବଲପୁରରେ ଫୁଟବଲ୍ ଖେଳର ପ୍ରସାର ଓ ଭବିଷ୍ୟତ ଯୋଜନା ଉପରେ ଗୁରୁତ୍ୱ

ସମ୍ବଲପୁର, ୨୨, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲାରେ ଫୁଟବଲ୍ ଖେଳର ପ୍ରସାର ଏବଂ ଏହାର ଉନ୍ନତି ପାଇଁ ଆଗାମୀ ଯୋଜନା ସମ୍ପର୍କରେ ଭିଏସ୍ଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ ସମ୍ବଲପୁରରେ ଫୁଟବଲ୍ ଖେଳର ବିକାଶ, ଖେଳାଳିଙ୍କୁ ଉତ୍ସାହିତ କରିବା ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ସମ୍ବଲପୁରୀ ସ୍ପୋର୍ଟି ର ଏକ ଲୋଗୋ ଉନ୍ମୋଚିତ ହୋଇଥିଲା । ସମ୍ବଲପୁରର ଫୁଟବଲ୍କୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ଲକ୍ଷ୍ୟରେ ଆଗେଇ ଚାଲିଛି ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍। ରାଜ୍ୟସ୍ତରରେ ଉଲ୍ଲେଖନୀୟ ସଫଳତା ପରେ କ୍ଲବ୍ଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରମାଣ କରିବାକୁ ଉଦ୍ୟମ କରିଆସିଛି। ବିଧାୟକ ଶ୍ରୀ ମିଶ୍ର ପୂର୍ବ ସ୍ଥିତାବସ୍ଥା ସୂଚୀତ କରି ସମ୍ବଲପୁର ଫୁଟବଲ ଦଳ ଦ୍ୱିତୀୟ ଡିଭିଜନ୍ରେ ଭଲ ପ୍ରଦର୍ଶନ ପରେ ଦଳ ଡୁରାଣ୍ଡ କପ୍ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲା। ସେନା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ନିମନ୍ତ୍ରଣକୁ ଗ୍ରହଣ କରି ଆମ କ୍ଲବ୍ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲା। ଏଥିପାଇଁ ଦଳ ଗଠନ କରାଯାଇଥିବା ବେଳେ ସମ୍ବଲପୁରର ଖେଳାଳିଙ୍କ ସମେତ ଅନ୍ୟ ଅଞ୍ଚଳର ଖେଳାଳିମାନେ ମଧ୍ୟ ସାମିଲ ହୋଇଥିଲେ। ଦଳର ପ୍ରଦର୍ଶନ ଫୁଟବଲ୍ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଏବେ ଆଗାମୀ ଦିନରେ ହେବାକୁ ଥିବା ପ୍ରତିଯୋଗିତାରେ କେରଳର ଗୋକୁଳମ କେରଳ ଓ ଗୋଆର ଟେମ୍ପୋ ଭଳି ଦଳ ସହ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।

ସମ୍ବଲପୁରରେ ଫୁଟବଲ୍ର ବିକାଶ, ଖେଳାଳିଙ୍କୁ ଅଧିକ ସୁଯୋଗ ପ୍ରଦାନ ଏବଂ ଭାରତୀୟ ଫୁଟବଲ୍ର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛି କ୍ଲବ୍। ଆଗାମୀ ଦିନରେ ଦଳ ଆହୁରି ଭଲ ପ୍ରଦର୍ଶନ କରି ଉଚ୍ଚତର ସଫଳତା ହାସଲ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande