‘ଟାଇମପାସ୍’ ଓ ‘ତିହିଡ଼ି ସାହିତ୍ୟ ମଂଚ' ପକ୍ଷରୁ ଶାରଦୀୟ ଭେଟଘାଟ, ଶବ୍ଦ ଓ ସମ୍ପର୍କର ଆଳାପ ଆମ ସଂସ୍କୃତିକୁକରେ ରୁଦ୍ଧିମନ୍ତ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ଶରତର ଉତ୍ସବମୁଖର ପରିବେଶରେ ଶବ୍ଦ, ସୃଜନ ଓ ମାନବୀୟ ସମ୍ପର୍କର ସାରସ୍ୱତ ଆଳାପ ଆମ ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରେ ବୋଲି ଭୁବନେଶ୍ୱର ପ୍ରକାଶନୀ ସଂସ୍ଥା ଟାଇମପାସ୍'' ଓ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଂଚ''ର ମିଳିତ ଆନୁକୂଲ୍ୟରେ ରବିବାର ପବିତ୍ର ମହାଷ୍ଟମୀ
TIME PASS & TIHIDI SAHITYA MANCHA


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ଶରତର ଉତ୍ସବମୁଖର ପରିବେଶରେ ଶବ୍ଦ, ସୃଜନ ଓ ମାନବୀୟ ସମ୍ପର୍କର ସାରସ୍ୱତ ଆଳାପ ଆମ ସାଂସ୍କୃତିକ ଚେତନାକୁ ଋଦ୍ଧିମନ୍ତ କରେ ବୋଲି ଭୁବନେଶ୍ୱର ପ୍ରକାଶନୀ ସଂସ୍ଥା ଟାଇମପାସ୍' ଓ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଂଚ'ର ମିଳିତ ଆନୁକୂଲ୍ୟରେ ରବିବାର ପବିତ୍ର ମହାଷ୍ଟମୀ ସନ୍ଧ୍ୟାରେ ସ୍ଥାନୀୟ ବିଗ୍ରେଡ ସୈନିକ ସ୍କୁଲ୍ ପରିସରରେ ଅନୁଷ୍ଠିତ କଥା-କବିତା-ଆଳାପ' ଶୀର୍ଷକ ଶାରଦୀୟ ଭେଟଘାଟ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଟାଇମପାସ୍'ର ନିର୍ଦ୍ଦେଶକ ତଥା କବି ସରୋଜ ବଳଙ୍କ ସଂଚାଳନାରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ଘଟଗାଁ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ତଥା ବିଶିଷ୍ଟ କବି ଚିତରଂଜନ ନାୟକ, ତିହିଡ଼ି ସୈନିକ ସ୍କୁଲ ପରିଚାଳନା କମିଟି ସଭାପତି ଶଚ୍ଚିକାନ୍ତ ନାୟକ ଓ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଂଚର ଉପଦେଷ୍ଟା ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ମଂଚାସୀନ ଅତିଥି ଭାବେ ଯୋଗଦେଇ ସାହିତ୍ୟ ପାଇଁ ସମୟ ଦେଉଥିବା ମଣିଷ ହିଁ ଇତିହାସ ଗଢ଼େ ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ଏକ ଭାବପୂର୍ଣ୍ଣ କଥା-କବିତା-ଆଳାପ' ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରୀତିପଦ୍ମା ଦାସ, କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ଗାଳ୍ପିକ ମନୋଜ ପାଣିଗ୍ରାହୀ, କବି ବିପ୍ଳବ ରଞ୍ଜନ ପତି, ସଂଜିତ କୁମାର ବଳ, ଆଶୁତୋଷ କରଣ, ଦେବେନ୍ଦ୍ର ନାଥ ମହାଳିକ, ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ରୁବିଲତା ଦାସ, ନିର୍ମଳଚନ୍ଦ୍ର ଦଳାଇ, କଳ୍ପତରୁ ସେଠୀ, ବସନ୍ତ କୁମାର ଦାସ, ବିଜୟ ବେହେରା, କୃପାସିନ୍ଧୁ ମହାନ୍ତି, ନୀଳମାଧବ ସେନାପତି, ସୁବ୍ରତ ମିଶ୍ର, ଅଶୋକ ପାଣିଗ୍ରାହୀ, ଜ୍ଞାନରଂଜନ ନାୟକ, ବିଶ୍ୱମୈତ୍ରୀ ନାୟକ, ନରେନ୍ଦ୍ର ପ୍ରସାଦ ବେହେରା, ହରିହର ମଲ୍ଲିକ, ଯଯାତିକେଶରୀ ଦାସ ପ୍ରମୁଖ ସ୍ୱରଚିତ କବିତା ଓ ଗଳ୍ପପାଠ କରିବା ସହ ସାରସ୍ୱତ ଭାବବିନିମୟ କରିଥିଲେ। ସାହିତ୍ୟ ମଂଚର ଆବାହକ ଯୁବଗାଳ୍ପିକ କୈଳାସ ବେହେରା ପ୍ରାରମ୍ଭିକ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ କବି ନିରଞ୍ଜନ ବାରିକ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିଲେ। ସଂଯୋଜକ ଯୁବକବି ବିସ୍ମୟ ବିହାରୀ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଭେଟଘାଟରେ ବହୁ ସାହିତ୍ୟପ୍ରେମୀ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande