
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- କୁଆଖାଇ ନଦୀ ପଠାରେ ଅସ୍ଥାୟୀ ପୋଖରୀ ଓ ବିସର୍ଜନ
ବ୍ୟବସ୍ଥା ବୁଲି ଦେଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଭୁବନେଶ୍ୱର ର ୧୮୯ ଟି ମେଢ଼
ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ କୁଆଖାଇରେ ୩ ଟି
ଅସ୍ଥାୟୀ ପୋଖରୀ କରାଯାଇଛି, ଦୟାରେ
୪ ଟି ପୋଖରୀ କରାଯାଇଛି । କୌଣସି ମେଢ଼ ଯେଉଁଭଳି ନଦୀରେ ବିସର୍ଜନ ନ ହୁଏ ତାହା ଧ୍ୟାନ ଦେବା
ସହ ଅସ୍ଥାୟୀ ପୋଖରୀରେ ସୁରକ୍ଷିତ ବିସର୍ଜନ ପାଇଁ କ୍ରେନ୍ ର ବ୍ୟବସ୍ଥା କରାଯାଇଛି। ବିସର୍ଜନ
ସମୟରେ ଯେଉଁଭଳି ଭାବେ କୌଣସି ଅଘଟଣ ନ ଘଟେ ଓ ପାଣିରେ କେହି ନ ବୁଡ଼ନ୍ତି ସେଥିପ୍ରତି ବିଶେଷ
ଧ୍ୟାନ ଦେବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା