ଯାଜପୁର ସଦର ଥାନା ଅଂଚଳରେ ନଦୀରେ ବୁଡ଼ିଲା ଡଙ୍ଗା : ଜଣେ ମୃତ, ଜଣେ ଗୁରୁତର ଓ ଅନ୍ୟ ଦୁଇଜଣ ନିଖୋଜ
ଧର୍ମଶାଳା,୨୨ଅକ୍ଟୋବର(ହି.ସ.) - ଦୁର୍ଗାପୂଜା ଭାସାଣି ଦେଖି ଘରକୁ ଫେରିଲା ବେଳେ ଅଘଟଣ। ନଦୀରେ ଡଙ୍ଗା ପାରି ହେବା ସମୟରେ ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡ଼ିଲା ଡଙ୍ଗା। ଫଳରେ ଡଙ୍ଗାରେ ବସିଥିବା ମୋଟ ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ୨ ଜଣ ନିଖୋଜ ହୋଇଯାଇ ଥିଲେ। ଏଭଳି
ଯାଜପୁର ସଦର ଥାନା ଅଂଚଳରେ ନଦୀରେ ବୁଡିଲା ଡଙ୍ଗା


ଧର୍ମଶାଳା,୨୨ଅକ୍ଟୋବର(ହି.ସ.) - ଦୁର୍ଗାପୂଜା ଭାସାଣି ଦେଖି ଘରକୁ ଫେରିଲା ବେଳେ ଅଘଟଣ। ନଦୀରେ ଡଙ୍ଗା ପାରି ହେବା ସମୟରେ ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡ଼ିଲା ଡଙ୍ଗା। ଫଳରେ ଡଙ୍ଗାରେ ବସିଥିବା ମୋଟ ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ୨ ଜଣ ନିଖୋଜ ହୋଇଯାଇ ଥିଲେ। ଏଭଳି ଅଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା ଅନ୍ତର୍ଗତ ତନ୍ତୀ ଘାଇ ନଦୀ ଦଉରୀବନ୍ଧା ଘାଟରେ। ନିଖୋଜମାନେ ହେଲେ ମହମ୍ମଦଜମାଲପୁର ଗ୍ରାମର ଶୁଭଙ୍କର ଦଳାଇ ଓ ମଣିଆ ଦଳାଇ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ମେଲତା ଦଳାଇ(୭୫) ଓ ତାଙ୍କ ଝିଅ ଭାମା ଦଳାଇ(୬୦)ଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇ ଦେଇଥିଲେ। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉମାଙ୍କର ମୃତ୍ୟୁ ଘଟିଥିଲା। ସେମାନେ ବୁଧବାର ଦିନ ରାତିରେ ଦୁର୍ଗାପୂଜା ଭସାଣି ଉତ୍ସବ ଦେଖିବାକୁ ଡଅଁରକୂଳ ଗ୍ରାମକୁ ଯାଇଥିଲେ। ତେବେ ଆଜି ସକାଳେ ଘରକୁ ଫେରିବାବେଳେ ଡଙ୍ଗାରେ ନଦୀ ପରି ହେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସଦର ପୋଲିସ ଓ ସ୍ଥାନୀୟ ଅଗ୍ନୀଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande