ଓଡ଼ିଶାର ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଓଡ଼ିଶାର ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ କ୍ରୀଡ଼ାବିତ
ଓଡ଼ିଶାର ଯୁବ କ୍ରୀଡ଼ାବିତ     ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଓଡ଼ିଶାର ଯୁବ

କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଡ଼କ

ଦୁର୍ଘଟଣାରେ କ୍ରୀଡ଼ାବିତ୍ ମୃତ୍ୟମ୍ ଜୟରାମ ଦଣ୍ଡପତି ଏବଂ ମଳୟ ବାରିକଙ୍କ ଦୁଃଖଦ ମୃତ୍ୟୁ ଖବର

ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସେମାନଙ୍କର ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ

ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଏହି

ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ଶକ୍ତି

ପ୍ରଦାନ କରନ୍ତୁ ଏବଂ ଦିବଙ୍ଗତ ଆତ୍ମାଙ୍କୁ ଚିରଶାନ୍ତି ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande