ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଜୀଙ
ଅମିତ ଶାହଙ୍କୁ ଜନ୍ମଦିନର     ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଅମିତ ଶାହଙ୍କୁ

ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ଏକ୍ସ ହ୍ୟାଣ୍ଡେଲରେ

ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ

ମନ୍ତ୍ରୀ ଅମିତ ଶାହ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ

ସୁଦୃଢ଼ କରିବା, ନକ୍ସଲମୁକ୍ତ

ଭାରତ ଗଠନର ସଂକଳ୍ପକୁ ଆଗେଇ ନେବା ଏବଂ ‘ସହକାର ସେ ସମୃଦ୍ଧି’ର ଦୂରଦୃଷ୍ଟି ମାଧ୍ୟମରେ ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା

ଦିଗରେ ଆପଣଙ୍କ ଦୃଢ଼ ନେତୃତ୍ୱ ଏକ ଶକ୍ତିଶାଳୀ, ସୁରକ୍ଷିତ ଓ ସମୃଦ୍ଧ ଭାରତ ଗଠନ ପ୍ରତି ଆପଣଙ୍କ ଅତୁଟ

ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଜାତୀୟ ସୁରକ୍ଷା ଓ ସମାବେଶୀ ବିକାଶ କ୍ଷେତ୍ରରେ ଆପଣଙ୍କ

ଅବଦାନ ‘ବିକଶିତ ଭାରତ’ର ମୂଳଦୁଆକୁ ଆହୁରି ସୁଦୃଢ଼ କରୁଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଦେଶସେବା ପାଇଁ ନୂତନ ଶକ୍ତି ପ୍ରଦାନ କରନ୍ତୁ। ଆପଣ ସେହି

ସମାନ ନିଷ୍ଠା ଓ ଦୃଢ଼ ସଂକଳ୍ପ ସହ ଦେଶର ସେବା କରିଚାଲନ୍ତୁ। ଆପଣଙ୍କର ଦୀର୍ଘ, ସୁସ୍ଥ ଓ ସୁଖମୟ ଜୀବନ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande