ଧୃବଚରଣ ଜେନା ଆଦର୍ଶବାନ ବ୍ୟକ୍ତିତ୍ୱ ଥିଲେ
ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ହାଟଡିହି ବ୍ଲକ ସଢା ପଚାଂୟତ ମୌଦା ଗ୍ରାମର ସମାଜସେବୀ ତଥା ଜଣାଶୁଣା ବ୍ୟବସାୟୀ ଶତାୟୁ ପୁରୁଷ ଧୃବ ଚରଣ ଜେନାଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବାସଭବନରେ ଅନୁଷ୍ଠିତ ସ୍ମୃତି ସଭାକୁ କବି କୀର୍ତନ ରଣ ନାୟକ ପୌରହିତ୍ୟ କରିଥିଲେ । ସଭାରେ
dhruba charan jena smruti sabha


ଭଦ୍ରକ, ୨୨ ଅକ୍ଟୋବର (ହି.ସ.) - ହାଟଡିହି ବ୍ଲକ ସଢା ପଚାଂୟତ ମୌଦା ଗ୍ରାମର ସମାଜସେବୀ ତଥା ଜଣାଶୁଣା ବ୍ୟବସାୟୀ ଶତାୟୁ ପୁରୁଷ ଧୃବ ଚରଣ ଜେନାଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବାସଭବନରେ ଅନୁଷ୍ଠିତ ସ୍ମୃତି ସଭାକୁ କବି କୀର୍ତନ ରଣ ନାୟକ ପୌରହିତ୍ୟ କରିଥିଲେ । ସଭାରେ ଶିକ୍ଷାବିତ୍ ତଥା ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, କବି ଚର୍ତୁଭୂଜ ପହି, ସାହିତ୍ୟିକ ତଥା ମଂଚ ଉପସ୍ଥାପକ ଦାସରଥୀ ଜେନା, ପୂର୍ବତନ ସରପଞ୍ଚ ପ୍ରାଣବନ୍ଧୁ ନାୟକ, ଶିକ୍ଷାବିତ୍ ମୋହନ କୁମାର ମହାନ୍ତି, ପ୍ରାକ୍ତନ ଏବିଓ ରବିନ୍ଦ୍ର କୁମାର ସାହୁ, ସ୍ତମ୍ଭକାର ସୁବୋଧ କୁମାର ସାହୁ, ସାମ୍ବାଦିକ ହେମନ୍ତ ସିଂହ, ସମାଜସେବୀ ରଞ୍ଜନ ପାତ୍ର ପ୍ରମୁଖ ସ୍ୱର୍ଗତ ଧୃର୍ବଚରଣ ଜଣେ ସଫଳ ବ୍ୟବସାୟୀ ଥିବା ବେଳେ ଆଦର୍ଶବାନ୍ ଦୂରଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରିବାରର ଦୁର୍ଯୋଧନ ଜେନା, ନିରାକାର ଜେନା, କରୁଣାକର ଜେନା ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ନିରବ ପ୍ରାର୍ଥନା କରିଥିଲେ । ସତ୍ୟଭାମା, ସୁକାନ୍ତି, ପୁଷ୍ପଲତା, ପ୍ରିତୀ , ଲିଜା, ଝରଣା, ବାୟାଣୀ, କଳ୍ପନା, ସଞ୍ଜୟ, ରାଜେନ୍ଦ୍ର, ବିଜୟ, ରବିନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande