ସ୍ୱାଧୀନତା ସଂଗ୍ରାମୀ ଅଶଫାକ ଉଲ୍ଲା ଖାନଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ସ୍ୱାଧୀନତା ସଂଗ୍ରାମୀ ଅଶଫାକ ଉଲ୍ଲା ଖାନଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସହିଦ ଅଶଫାକୁ
ଅଶଫାକ୍


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ସ୍ୱାଧୀନତା

ସଂଗ୍ରାମୀ ଅଶଫାକ ଉଲ୍ଲା ଖାନଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି

କହିଛନ୍ତି ଯେ, ସହିଦ ଅଶଫାକୁଲ୍ଲା ଖାନ୍ଙ୍କ ଜୟନ୍ତୀ ଅବସରରେ, ମୁଁ ସେହି ଅମର ବିପ୍ଳବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଛି,

ଯାହାଙ୍କ ସାହସ ଓ ବଳିଦାନ ସ୍ୱାଧୀନତାର ମଶାଲକୁ ପ୍ରଜ୍ଜ୍ୱଳିତ

କରିଥିଲା।ରାମ ପ୍ରସାଦ ବିସ୍ମିଲ୍ଙ୍କ ସହ ତାଙ୍କର ବନ୍ଧୁତା ଆଜି ମଧ୍ୟ ଆମକୁ ଏହି ଶାଶ୍ୱତ

ବାର୍ତ୍ତା ଦେଉଛି ଯେ, ଭାରତର ପ୍ରକୃତ ଶକ୍ତି ହେଉଛି ସମସ୍ତ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ଏକତା ବଜାୟ ରଖିବା। ତାଙ୍କର

ମହାନ ବଳିଦାନ ପିଢ଼ି ପରେ ପିଢ଼ିକୁ ଆମ ମାତୃଭୂମିର ଗରିମା, ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ପାଇଁ ସର୍ବଦା ପ୍ରେରଣା

ଯୋଗାଉଥାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande