
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- କେନ୍ଦ୍ର
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର
ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଜଣେ ଦୂରଦର୍ଶୀ ନେତା
ଭାବେ ଭାରତର ସୁରକ୍ଷା, ଏକତା ଓ ଗଣତାନ୍ତ୍ରିକ ଚେତନାକୁ ସୁଦୃଢ଼ କରିବା ଦିଗରେ ଆପଣଙ୍କ ଅବିଚଳ ସଂକଳ୍ପ ନିରନ୍ତର
ପ୍ରେରଣା ଯୋଗାଇ ଆସୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ରାଷ୍ଟ୍ରସେବାରେ ନିରନ୍ତର ସଫଳତା ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା