ଜବର ଦେଖଲ ଉଛେଦ ପାଇଁ ପୌର ପାଳିକା ର 3 ଦିନିଆ  ନୋଟିସ, କୋର୍ଟ ଲାଇନ୍ ବାସିନ୍ଦାଙ୍କ ବିରୋଧ
ଜୟପୁର,୨୨/୧୦: ଜୟପୁର ସହର କୋର୍ଟ ଲାଇନ ରେ ଜବର ଦଖଲ ଉଛେଦ କରିବା ନେଇ ଆଜି ପୌର ପାଳିକା ତରଫରୁ 3 ଦିନିଆ ନୋଟିସ ଜାରି କରାଯାଇଛି l ନୋଟିସ ପାଇବା ପରେ ଉତ୍ତେଜନା ଦେଖଯାଇଛି l ହାଇକୋର୍ଟଙ୍କ ରହିତାଦେଶ ବଳବତ୍ତର ଥିବା ସତ୍ତ୍ୱେ ଜୟପୁର ପୌରପାଳିକା ପକ୍ଷରୁ ଘର ଖାଲି କରିବାକୁ ନୋଟିସ୍ ଜାରି କରାଯାଇ
ଜବର ଦେଖଲ ଉଛେଦ ପାଇଁ ପୌର ପାଳିକା ର 3 ଦିନିଆ  ନୋଟିସ, କୋର୍ଟ ଲାଇନ୍ ବାସିନ୍ଦାଙ୍କ ବିରୋଧ


ଜୟପୁର,୨୨/୧୦: ଜୟପୁର ସହର କୋର୍ଟ ଲାଇନ ରେ ଜବର ଦଖଲ ଉଛେଦ କରିବା ନେଇ ଆଜି ପୌର ପାଳିକା ତରଫରୁ 3 ଦିନିଆ ନୋଟିସ ଜାରି କରାଯାଇଛି l ନୋଟିସ ପାଇବା ପରେ ଉତ୍ତେଜନା ଦେଖଯାଇଛି l ହାଇକୋର୍ଟଙ୍କ ରହିତାଦେଶ ବଳବତ୍ତର ଥିବା ସତ୍ତ୍ୱେ ଜୟପୁର ପୌରପାଳିକା ପକ୍ଷରୁ ଘର ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ଦାବି ହୋଇଛି। ଜୟପୁର କୋର୍ଟ ଲେନ୍ସ୍ଥିତ ଖ୍ରୀଷ୍ଟିଆନପେଟାର ସୁରଜ ବାହାଦୁର, ଖ୍ରୀଷ୍ଟୋ ସଦ୍ରକ ବାହାଦୁର, ଆଲାମେରି ବାହାଦୁର ଶାସ୍ତ୍ରୀଙ୍କ ଏବଂ ସଂଯୁକ୍ତା ବାହାଦୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଦରଖାସ୍ତରେ ଦର୍ଶାଇଛନ୍ତି ଯେ, ଜମି ସମ୍ପର୍କିତ ମାମଲା ଏବେ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି। ଏହି ଆଦେଶ ବଳବତ୍ତର ଥିବା ସତ୍ତ୍ୱେ ପୌରପାଳିକା ପକ୍ଷରୁ ଜାରି ନୋଟିସ୍ରେ ୩ ଦିନ ମଧ୍ୟରେ ଘର ଖାଲି କରିବାକୁ କୁହାଯାଇଥିବା ପରିବାର ଅଭିଯୋଗ କରିଛି। ଏହାଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହେଉଥିବା ଦର୍ଶାଇ ସେମାନେ ପୂର୍ବ ଆଦେଶନାମା ଓ ଜମି ସମ୍ପର୍କିତ ଦଲିଲ୍ ଦାଖଲ କରିଛନ୍ତି। ଜୟପୁର ସହର ଖ୍ରିଷ୍ଟିଆନପେଟା କୋର୍ଟ ରାସ୍ତା ଜବର ଦଖଲ ହୋଇଛି । ଉଛେଦ କରି କୋର୍ଟକୁ ହସ୍ଥାନ୍ତରକରିବାକୁ ଜୟପୁର ପୌର ପାଳିକାକୁ ନିଦ୍ଦେଷ ଆଶିଥିଲ।। କୋର୍ଟ ରାସ୍ତା ପ୍ରତ୍ୟେକ ଦିନ ଜନ ଗହଳି ରହୁଛି । ଫଳରେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହି ନିଦ୍ଦେଷ ପାଇବା ପରେ ଜୟପୁର ପୌର ପାଳିକା ଓ ତହସିଲ ବିଭାଗ ତରଫରୁ ମ୍ୟାଫ ଅନୁଯାଇ ମାପଚୁପ ଆରମ୍ଭ କରାଯାଇଥିଲାଲା ଏଠାରେ ଉଭୟ ପାଶ୍ୱରେ ପ୍ରାୟ ୪୫ଟି ଘର ରହିଛି । ଜଣେ କି ମ୍ବା ୨ ଜଣକୁ ଛାଡିଲେ କାହାର ବି ପଟା ନାହିଁ । କୋର୍ଟ ର ଜମିରେ ଏଠାରେ ଜବଦ ଦଖଲ କରି ଏମିତି କି ୨ ତାଲା କୋଠା ନିର୍ମାଣ ମଧ୍ୟ କରିଛନ୍ତି । ଆଗରୁ ମାପଚୁପ କରାଯାଇ ନୋଟିସ ମଧ୍ୟ କରାଯାଇଥିଲା । ମ୍ୟାପ ଅନୁଯାଇ ମାପଚୁପ କରାଯିବ କାହାର ୧୦ ଫୁଟ ୧୨ ଫୁଟ ମଧ୍ୟ ଉଛେଦ ହେବ । କୋର୍ଟ ନାମରେ ଜମି ରହିଥିବାରୁ ଏହା ଜବର ଦଖଲ ହୋଇଛି । ଏହାକୁ ଉଛେଦ କରି କୋର୍ଟ କୁ ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande