
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଏସୀୟ ପାରା
କ୍ରୀଡାରେ ସଫଳତା ପାଇଁ ଓଡ଼ିଆ ଖେଳାଳିଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା
ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ନବୀନ କହିଛନ୍ତି ଯେ, ଏସୀୟ ପାରା କ୍ରୀଡା 2026ର ବ୍ୟାଡମିଣ୍ଟନ ମିକ୍ସଡ୍ ଡବଲ୍ସ ଏସଏଲ3-ଏସୟୁ5 ଇଭେଣ୍ଟରେ
ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶାର ତାରକା ଖେଳାଳି ପ୍ରମୋଦ ଭଗତ ଏବଂ ତାଙ୍କ ମିକ୍ସଡ୍ ଡବଲ୍ସ
ସାଥୀ ମନୀଷା ରାମଦାସଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ସେମାନଙ୍କର ଏହି ଉତ୍କୃଷ୍ଟ
ପ୍ରଦର୍ଶନ ଯୁବ କ୍ରୀଡ଼ାବିତ୍ମାନଙ୍କୁ ନିରନ୍ତର ପ୍ରେରଣା ଯୋଗାଇବ। ଭବିଷ୍ୟତରେ ସେମାନେ ଆହୁରି
ଅନେକ ସଫଳତା ହାସଲ କରନ୍ତୁ, ଏହା ହିଁ ମୋର ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା